

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ୩ନମ୍ବର ୱାର୍ଡ ସ୍ଥିତ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଙ୍ଗନବାଡି କେନ୍ଦ୍ର ଓ ସ୍ୱୟଂ ସହାୟତା ସଂଘ ତରଫରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହରର ତଳ ଅଞ୍ଚଳ ଓ ବସ୍ତିବାସିନ୍ଦା, ଅର୍ଣ୍ଣପୂର୍ଣା ବଜାର ସାହି, ସାମୁଟିଆ ସାହି, ହାଟପଦା ପ୍ରମୁଖ ସ୍ଥାନ ବୁଲି କିଭଳି କରୋନା ଠାରୁ ଦୂରେଇ ରହିବେ ଓ କିଭଳି ପରିସ୍କାର ପରିଚ୍ଛନ୍ନ ରହିବେ ତାକୁ ନେଇ ସଚେତନ କରାଇଥିଲେ । ପରେ ବସ୍ତିବାସିନ୍ଦା ମାନଙ୍କୁ ହାତ କେମିତି ଧୋଇବେ ଶିଖାଇଥିଲେ । ଏହି ସଚେତନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଙ୍ଗନବାଡି କର୍ମୀ ତାପସ୍ୱିନୀ ବେହେରା, ସ୍ଥାନୀୟ ପୂର୍ବତନ ସଭ୍ୟା ଖଗେଶ୍ୱରୀ ବେହେରା, ଜୟନ୍ତୀ ସ୍ୱାଇଁ, ଲଷ୍ମୀ ବାରିକ ପ୍ରମୁଖ ।
ରିପୋର୍ଟ : କୃଷ୍ଣ କୁମାର ବେହେରା