

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) କାର୍ଯ୍ୟକ୍ଷମ ହେଲା କୋବିଡ-୧୯ ହସ୍ପିଟାଲ । ପାରଳାଖେମୁଣ୍ଡି ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟର ଭାରତମାତା ହୋଷ୍ଟେଲ ପରିସରରେ ପ୍ରଥମ ପର୍ଯ୍ୟାୟରେ ୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ହସ୍ପିଟାଲ ପରିସରରୁ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା । ଏହି ହସ୍ପିଟାଲଟିର ପରିଚାଳନା ଦାୟିତ୍ବରେ ଅଛି ହାଇଟେକ ମେଡିକାଲ କଲେଜ ଭୁବନେଶ୍ୱର । ଏହି କୋବିଡ଼ ହସ୍ପିଟାଲରେ ୨୦ଜଣ ଡାକ୍ତର ସହ ନର୍ସ ଓ ଅନ୍ୟାନ୍ୟ ଷ୍ଟାପ ମିଶି୧୨୦ ଜଣ କର୍ମଚାରି ନିୟୋଜିତ ହୋଇଥିବା ସୂଚନା ମିଳିଛି । ଯୋଦି କୌଣସି କରୋନା ଭୁତାଣୁ ସଂକ୍ରମଣ ରୋଗୀ ଆସନ୍ତି ସମ୍ପୂର୍ଣ ମାଗଣାରେ ଚିକିତ୍ସା କରାଯିବ ବୋଲି ଜିଲ୍ଲାପାଳ ଅନୁପମ ସାହା ଜଣାଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା