ପାରଳାଖେମୁଣ୍ଡିରେ କଂଗ୍ରେସ ୨ ଭାଗ ହେବାରୁ ବାଜି ମାରିନେଲା ବିଜେପି : ପୂର୍ବତନ ବିଧାୟକ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡିରେ କଂଗ୍ରେସ ୨ ଭାଗ ହେବାରୁ ବାଜି ମାରିନେଲା ବିଜେପି ।ପାରଳାଖେମୁଣ୍ଡି ଆଜି ଯାଏଁ କଂଗ୍ରେସ ହାତରେ ରହି ଆସିଥିଲା । କୌଣସି ଦଳ ଏଠାରେ ପଶି ପାରୁ ନ ଥିଲେ ବର୍ତମାନ କଂଗ୍ରେସର ଭୋଟ ଦୁଇ ଭାଗ ହେବାରୁ ପରାସ୍ତ ହେଲା କଂଗ୍ରେସ ବୋଲି ପୂର୍ବତନ ବିଧାୟକ କେ ସୁରିୟା ରାଓ ଆଜି ପାରଳାଖେମୁଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମିଳନୀ ଡାକି ଏହା କହିଛନ୍ତି ପୂର୍ବତନ ବିଧାୟକ କେ ସୁରିୟା ରାଓ । ଶ୍ରୀ ରାଓ କହିଲେ ଯେ କଂଗ୍ରେସ ପରାଜୟ ହେବାର ବହୁ କାରଣ ରହିଛି । ମୁଖ୍ୟତ ଅର୍ଥ ବାଧକ ହୋଇଛି । ଅନ୍ୟ ଦଳରେ ବହୁଳଭାବରେ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ କଂଗ୍ରେସ ନାହିଁ ନାହିଁ ରେ ଚାଲିଥିଲା । ରାଜ୍ୟରୁ କିଛି ଭଲ ପଇସା ନ ଆସିବା କଥା କହିଥିଲେ ବିଧାୟକ ରାଓ । ଅନ୍ୟ ପକ୍ଷରେ କଂଗ୍ରେସ ଦଳରୁ ୨ ଜଣ ବିଧାୟକ ପ୍ରାଥି ପାଇଁ ଚେଷ୍ଟା କରୁଥିଲେ କିନ୍ତୁ ଟିକଟରୁ ବଞ୍ଚିତ ହେବାରୁ ସେ ସ୍ୱାଧୀନ ପ୍ରାଥି ହୋଇଥିଲା । ତେଣୁ କଂଗ୍ରେସର ଭୋଟ ଦୁଇ ଭାଗ ହୋଇ କଂଗ୍ରେସ ପରାସ୍ତ ହେବା ଅନ୍ୟ ଏକ ମୁଖ୍ୟ କାରଣ ବୋଲି ରାଓ ସେ କହିଛନ୍ତି । କଂଗ୍ରେସରୁ ପରାଜୟ ପରେ ଆତ୍ମ ସମୀକ୍ଷ କରିଛନ୍ତି ବିଧାୟକ ରାଓ । ତଥାପି ସେ ଭାଙ୍ଗି ପଡ଼ିନାହାନ୍ତି ପୁଣି ଲୋକଙ୍କ ପାଖରେ ଯାଇ ଦୁଃଖ ସୁଖରେ କାମ କରିବି ବୋଲି କହିଲେ । ମୁ କଂଗ୍ରେସରେ ଥିଲି କଂଗ୍ରେସରେ ରହିବି ବୋଲି ଏହି ସାମ୍ବାଦିକ ସମ୍ବିଳନୀରେ ବିଧାୟକ କେ ସୁରିୟା ରାଓ ଦୃଢତାର ସହ କହିଛନ୍ତି । ଏହି ସାମ୍ବାଦିକ ସମ୍ବିଳନୀରେ ବିଧାୟକ କେ ସୁରିୟା ରାଓଙ୍କ ସମେତ କଂଗ୍ରେସ ନଗର ସଭାପତି ବସନ୍ତ କୁମାର ଣ୍ଡା, ଯୁବନେତା ବି ଭାର୍ଗବ, ମଣ୍ଟୁ ଦାସ, ବୁଡୁ ବାବୁ ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା