


ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା) ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଂଟ ପାରଳାଖେମୁଣ୍ଡି ସ୍ଥିତ ହାଇ ଟେକ ଫିଲଡ଼ରେ ଅନୁଷ୍ଠିତ ହୋଇ ଯାଇଛି ।ଏହା ପାରଲାଖେମୁଣ୍ଡି ସ୍ୱାଭିମାନ ମଞ୍ଚ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପାରଲାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ ଯୋଗଦେଇ ଏହି ଟୁର୍ଣାମେଣ୍ଟକୁ ଉଦଘାଟନ କରିଥିବାବେଳେ ପାରଲାଖେମୁଣ୍ଡି ସ୍ୱାଭିମାନ ମଞ୍ଚର ଆବାହକ ଡ଼ଃ. ତିରୁପତି ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଅନ୍ୟାନ୍ୟ ଅତିଥି ଭାବରେ ଦାଶରଥି ଗମାଙ୍ଗ ଓ ଜି.ତିରିପତି ରାଓ ଯୋଗ ଦେଇଥିବା ବେଳେ ରାଜ୍ୟର ସମସ୍ତ ଜିଲାରୁ କବାଡି ଖେଳାଳିମାନେ ଅଂଶ ଗ୍ରହଣ କରି ଥିଲେ। ଏହି କବାଡି ଟୁର୍ଣାମେଣ୍ଟକୁ ଏଭଳି ଭାବରେ ସାଜସଜା ତଥା ପରିଚାଳନା କରାଯାଇଥିଲା ଯେପରି ଅନ୍ତରାଷ୍ଟ୍ରୀୟ କବାଡି ପ୍ରତିଯୋଗିତା ଭଳି ମନେ ହେଉଥିବାରୁ ଦର୍ଶକ ମନଲୋଭା ଉପଭୋଗକରିଛନ୍ତି ପୁଣି ଖେଳ ଶେଷରେ ତଥା ଆଜି ସନ୍ଧ୍ୟାରେ ଖେଳ ସହ ସାଂସ୍କୁଟିକ କାର୍ଯ୍ୟକ୍ରମ ହେଉଥିବାରୁ ସ୍ଥାନୀୟ ଦର୍ଶକଙ୍କ ଭିଡ଼ ଜମିଛି ଯାହାକି ଏହି ଭିଡିଓ ପ୍ରମାଣିତ କରିପାରିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା
