ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ ଯେଉଁଭଳି ଦୃତ ଗତିରେ ବଡି ଚାଲିଛି କରୋନା ଭାଇରସ, ତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ସାହି, ଗଳି କନ୍ଦିରେ ସାନିଟାଇଜର କରାଯାଇଛି । ମୁଖ୍ୟତଃ ଯେଉଁ ସାହିରେ କରୋନା ସଂକ୍ରମିତ ବାହାରିଛି ସେହି ସାହି ଗୁଡିକକୁ ଗୁରୁତ୍ୱ ଦିଆଯାଇଛି । ଅଗ୍ନିଶମ ବିଭାଗ ଓ ପୌରପରିସଦର କର୍ମଚାରୀ ରହି ଅଗ୍ନିଶମ ଗାଡି ଦ୍ଵାରା ସାନିଟାଇଜର କରାଯାଇଥିବା ଜଣାପଡିଛି । ଏହାସହ କିଭଳି ସାନିଟାଇଜର କରାଯାଉଛି ଅନୁଧ୍ୟାନ କରୁଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ । ଏହିଭଳି ପାକ୍ରିୟା ନିୟମିତ କରାଗଲେ କରୋନା ଭାଇରସ କବଳରୁ ରକ୍ଷା ପାଇବା ବୋଲି ସ୍ଥାନୀୟ ବରିଷ୍ଠ ନାଗରିକ ତଥା ପୂର୍ବତନ ଉପାଧ୍ୟକ୍ଷ ଅଭିମନ୍ୟୁ ପଣ୍ଡା, ପୂର୍ବତନ ୩ନଂ ୱାର୍ଡ ସଭ୍ୟା ଖଗେଶ୍ୱରୀ ବେହେରା, ପୂର୍ବତନ ସଭ୍ୟ ସଂଧ୍ୟାରଣୀ ଚୌଧୁରୀ ପ୍ରମୁଖ ଜଣାଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା