ପାରଳାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ପାରଳାଖେମୁଣ୍ଡି-(ସମୃଦ୍ଧଓଡିଶା)-ଆଜି ପାରଳାଖେମୁଣ୍ଡି ଠାରେ ବିଜେଡ଼ି ର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରଳା ଯୁବ ବିଧାୟକ ଇଁ : ରୁପେଶ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ରାଜ୍ୟ ବିଜେଡ଼ି ସାମାନ୍ୟ ୟ କମିଟି ର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର , ମୁଖପାତ୍ର ଭୃଗୁ ବକ୍ସିପାତ୍ର , ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ ମହିଳା ସଭାନେତ୍ରୀ ପୂର୍ଣ୍ଣ ବାସି ନାୟକ ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଅନ୍ତର୍ଜାମି ଗମାଙ୍ଗ ପୌର ଅଧ୍ୟକ୍ଷ ନିର୍ମଳା ସେଠୀ , କାଶୀ ନଗର ବ୍ଲକ ଅଧ୍ୟକ୍ଷା ପି: ସାଇ ଆମା ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏ ନ: ବୀର ରାଜୁ , ଏସ ବାଲା ରାଜୁ ଯୁବ ସଭାପତି ଏସ :ଲିଙ୍ଗରାଜ ଛତ୍ର ବିଜେଡ଼ି ସଭାପତି ବିଶ୍ବରଂଜନ ତ୍ରିପାଠୀ ,ବସନ୍ତ ଦାସ ଲକ୍ଷ୍ମୀ କାନ୍ତ ପରିଛା ଙ୍କ ନେତୃତ୍ୱ ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଏକ ବିଶାଳ ପଦଯାତ୍ରା ଆରମ୍ଭ ହୋଇ ହାଇସ୍କୁଲ ଛକ ଠାରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ବିଭିନ୍ନ ସ୍ଥାନ ରେ ପଥ ପ୍ରାନ୍ତ ସଭା କରି ରାଜ୍ୟ ସରକାର ନିର୍ବାଚନ ସମୟରେ ଇସ୍ତାହାର ରେ ଦେଇଥିବା ପ୍ରତିଶୃତି କୁ ପାଳନ କରିପାରି ନଥିବାରୁ ବକ୍ତା ମାନେ ବିଜେପି ସରକାର କୁ ସମାଲୋଚନା କରିଥିଲେ । ନବୀନ ବାବୁ ରାଜ୍ୟ ଶାସନ ଭାର ଗ୍ରହଣ କରିବା ପୂର୍ବରୁ ସରକାରୀ କର୍ମଚାରୀ ମାନଙ୍କୁ ଦରମା ଠିକ୍ ଭାବେ ମିଳୁନଥିଲା ଅଭାବୀ ଓଡ଼ିଶା ସବୁ ସମୟରେ ଅନ୍ୟ ରାଜ୍ୟ ଉପରେ ସହଯୋଗ ପାଇଁ ହତବଢାଇବାକୁ ପଡୁଥିଲା । ନବୀନ ବାବୁ ଶାସନ ଭାର ଗ୍ରହଣ କରିବା ପରେ ୫ଥର କୃଷି କର୍ମଣ ପୁରସ୍କାର ଧାନ ଉତ୍ପାଦନ କ୍ଷେତ୍ର ରେ ଭାରତ ରେ ପ୍ରଥମ ହୋଇ ପାରିଥିଲା । ପୂର୍ବରୁ ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବା ବେଳେ ନବୀନ ସରକାର ଆସିବା ପରେ ଏବେ ଓଡ଼ିଶା ଅନ୍ୟ ରାଜ୍ୟ କୁ ଚାଉଳ ଯୋଗାଇ ପାରିଛି। ଜଙ୍ଗଲ ଜମି ପଟ୍ଟା ପ୍ରଦାନ କ୍ଷେତ୍ର ରେ ଅନ୍ୟ ରାଜ୍ୟ ତୁଳନାରେ ଆଗୁଆ ହୋଇଥିବାରୁ କେନ୍ଦ୍ର ସରକାର ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ଏପରିକି ପ୍ରାକୃତିକ ବିପର୍ଜୟ ମୁକାବିଲା କ୍ଷେତ୍ର ରେ ମିଳିତ ଜାତିସଂଘ ମଧ୍ୟ ପ୍ରଶଂସା କରିଥିଲା ।ଆଜି ଓଡିଶା ବିକାଶ କ୍ଷେତ୍ର ରେ ଶିକ୍ଷା କ୍ଷେତ୍ର ରୁ ଆରମ୍ଭ କରି ରାସ୍ତା ପର୍ଯଟନ କ୍ଷେତ୍ର ଧାର୍ମିକ ଅନୁଷ୍ଠାନ , କ୍ରୀଡା ର ବିକାଶ ର ଭିତି ଭୂମି ପ୍ରତିଷ୍ଠା , ମହିଳା ସସ୍ତ୍ରିକରଣ ଶ୍ରମିକ କୃଷକ ଯୁବକ ଛାତ୍ର ଛାତ୍ରୀ ଙ୍କ ବିକାଶ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରି ବିଶେଷ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କରି ଗରିବ ଜନ ସାଧାରଣ ବଡ ବଡ ଚିକିତ୍ସାଳୟ ରେ ଚିକିତ୍ସା ହେବାର ସୁଯୋଗ ପାଇ ପାରି ଥିବାରୁ ବିଜେଡ଼ି ସରକାର ର ଏହା ଏକ ମାଇଲ ଖୁଣ୍ଟ ସୃଷ୍ଟି ହୋଇଥିଲା ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ । କିନ୍ତୁ ବର୍ତମାନ ର ବିଜେପି ର ଡବଲ ଇଞ୍ଜିନ ସରକାର ଲୋକ ଙ୍କୁ କଥା କହି କ୍ଷମତା କୁ ଆସିବା ପରେ କେବଳ ରଙ୍ଗ ବଦଳେଇ ଏପରିକି ଓମଫେଡ କ୍ଷୀର ପ୍ୟାକେଟ କୁ ଗେରୁଆ ରଙ୍ଗ କରୁଥିବାରୁ କ୍ଷୀର ବି ଗେରୁଆ ରଙ୍ଗ ବୋଲି ଜନସାଧାରଣ ଆଶଙ୍କା କରୁଛନ୍ତି ।ଓଡ଼ିଶା ରାଜକୋଷ ରୁ କୋଟି କୋଟି ଟଙ୍କା କେବଳ ରଙ୍ଗ ବଦଳେଇବା ପାଇଁ ଅପବ୍ୟୟ କରାଯାଉଛି ବୋଲି ବିଜେଡ଼ି ର ନେତା ମାନେ ଅଭିଯୋଗ କରିଥିଲେ । ବିଜେପି ର ତିନି ଶହ ୟୁନିଟ ମାଗଣା ବିଜୁଳି , ବାର୍ଦ୍ଧକ୍ୟ ଭାର ତିନି ହଜାର ଟଙ୍କା , ସୁଭଦ୍ରା ଯୋଜନା ରେ ସମସ୍ତ ମହିଳା ଙ୍କୁ ୫୦ ହଜାର ଟଙ୍କା ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ନାରା ବାଜି ଦେଇ ପଦ ଯାତ୍ରା କରାଯାଇଥିଲା । ଶେଷ ରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ନିର୍ମାତା ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ରେ ମଲ୍ୟା ଅର୍ପଣ କରି ସହର ପରିକ୍ରମା କରି ପଦ ଯାତ୍ରା ସମାପ୍ତ ହୋଇଥିଲା ।

ରିପୋର୍ଟ : କୃଷ୍ଣ କୁମାର ବେହେରା