

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ସାରା ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗଜପତି ଜିଲ୍ଲାରେ ମଧ୍ୟ ଜୀବନ ବିନ୍ଧୁ ରକ୍ତଦାନ ଶିବିର ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମରୁତ କୁମାର ପାଳ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ନଗର ସଭାପତି ସୂର୍ଯ୍ୟନାରାୟଣ ରାଜୁଗୁରୁ, ଜିଲ୍ଲା ଯୁବ ସଭାପତି ଏସ ଲିଙ୍ଗରାଜ, ଗରୁଡ଼ ଚୌଧୁରୀ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ରଘୁରାମ ସାହୁ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ । ଏହି ରକ୍ତଦାନ ଶିବିର ଆଜି ଠାରୁ ଆରମ୍ଭ କରି ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଜେଡି ନଗର ସଭାପତି ସୂର୍ଯ୍ୟନାରାୟଣ ରାଜୁଗୁରୁ ଜଣାଇଛନ୍ତି । ସାରା ପୃଥିବୀରେ ଯେଉଁଭଳି ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଆତଙ୍କ ଲାଗି ରହିଛି, ସେଥିଯୋଗୁଁ ଯେପରି କେହିବି ରକ୍ତ ଅଭାବରେ ନ ମରନ୍ତି ସେଥିପାଇଁ ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଚାଲିଛି ରକ୍ତଦାନ ଶିବିର ବୋଲି କୁହାଯାଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା
