ପାରାଦୀପ ଅଞ୍ଚଳର ନାବାଳକ ଜଳେଶ୍ୱର ଥାନା ଇଲାକାରୁ ଉଦ୍ଧାର,ଚାଇଲ୍ଡ ଲାଇନକୁ ବଡଖାନପୁରବାସୀଙ୍କ ହସ୍ତାନ୍ତର : ସୁରାକ ଖୋଜୁଛି ପ୍ରଶାସନ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ରାଜ୍ୟର ବିଭିନ୍ନ ଅଞ୍ଚଳରେ ନାବାଳକ ଓ ନାବାଳିକା ନିଖୋଜ ହେଉଥିବା ବେଳେ ଗତ ୨ ଦିନ ତଳେ ପାରାଦୀପ ଅଞ୍ଚଳର ଏକ ନାବାଳକକୁ ଏଣେ ତେଣେ ବୁଲୁ ଥିବାର ଦେଖି ଜଳେଶ୍ୱର ଅଞ୍ଚଳର ବଡଖାନପୁର ଗ୍ରାମର ଝାଡେଶ୍ୱର ଜେନା ଏ ସଂପର୍କରେ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଆଜି ନା ବାଳକୁର ଘରଲୋକେ ତାକୁ ଉତ୍କଳ ବାଳାଶ୍ରମରୁ ନେବାକୁ ଆସିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଗତ ୧୭ତାରିଖ ରାତ୍ରି ୮ଟାରେ ଜଳେଶ୍ୱର ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍କୁଲ ନିକଟ ଅଞ୍ଚଳରେ ଜଣେ ୧୪ବର୍ଷର ନାବାଳକ ଅସ୍ତବ୍ୟସ୍ତ ଅବସ୍ଥାରେ ବୁଲୁଥିବାର ଦେଖି ବଡଖାନପୁର ଗାଁର ଝାଡେଶ୍ୱର ଜେନା ତାକୁ ପଚରାଉଚରା କରିଥିଲେ । ସେ କେବଳ ତାର ନାମ ଚନ୍ଦ୍ର କାନ୍ତ ମହାନ୍ତି, ପିତା ଜଗବନ୍ଧୁ ମହାନ୍ତି କହୁଥିବା ବେଳେ ଅନ୍ୟ କିଛି ସୂଚନା ନ ଦେବାରୁ ଝାଡପିମ୍ପଳ ପଞ୍ଚାୟତର ବିଜୁ ଯୁବବାହିନୀ ସଭାପତି ପରାମାନନ୍ଦ ଗିରି, ସୁକାନ୍ତ ଗିରି, ଲକ୍ଷ୍ମୀକାନ୍ତ ପଟ୍ଟାୟତ, ଧନଞ୍ଜୟ ପ୍ରଧାନ ପ୍ରମୁଖ ଚାଇଲ୍ଡ ହେଲପ୍ ଲାଇନକୁ ଖବର ଦେଇଥିଲେ । ଚାଇଲ୍ଡ ହେଲପଲାଇନର ସ୍ୱପ୍ନାରାଣୀ ଜେନା ପିଲାଟିକ ଉଦ୍ଧାର କରିଥିଲେ । ଗତ ୧୮ ତାରିଖରେ ଚନ୍ଦ୍ରକାନ୍ତ ମହାନ୍ତିଙ୍କୁ ବାଲେଶ୍ୱର ସିଡବ୍ଲୁସିକୁ ହସ୍ତାନ୍ତର କରାଗଲାପରେ ବାଲେଶ୍ୱରର ଉତ୍କଳ ବାଳାଶ୍ରମର ନାବାଳକୁ ରଖାଯାଇଛି । ତାର ଘର ଜଗତସିଂ ପୁର ଜିଲ୍ଲା ଅନ୍ତର୍ଗତ ଅଭିଚନ୍ଦନପୁର ଥାନା ଅନ୍ତର୍ଗତ ତ୍ରିଲୋଚନ ଗାଁର ବୋଲି ଚାଇଲ୍ଡ ଲାଇନ୍ ସୂତ୍ରରୁ ପ୍ରକାଶ । ଗତ ୫ ଦିନ ତଳେ ନାବାଳକ ଚନ୍ଦ୍ରକାନ୍ତ ତାର ଜେଜେମା ସହିତ ଡଗରା ଅଞ୍ଚଳର ନାରାୟଣପୁର ଗାଁକୁ ବୁଲି ଆସିଥିଲା । ୨ ଦିନ ପରେ ସେ ଘରକୁ ଯିବାକୁ ଇଚ୍ଛା କରି ପଳାଇ ଆସିଥିବା ପ୍ରକାଶ କରିଥିବା ସଂପର୍କରେ ସିଡବ୍ଲୁସିର ଅନ୍ୟତମ ସଦସ୍ୟ ପ୍ରଶାନ୍ତ ରାଉତ କହିଛନ୍ତି । ଅନ୍ୟପକ୍ଷରେ ପିଲାଟି ପୂର୍ବରୁ ଏପରି ୨ଥର ନିଜ ଘରୁ ପଳାଇଯିବା ଓ ପରେ ଜଗତ୍ସିଂପୁର ଜିଲା ସିଡବ୍ଲୁସି ଦ୍ୱାରା ଉଦ୍ଧାର ହୋଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା