ଛତ୍ରପୁର (ସମୃଦ୍ଧ ଓଡିଶା) ସମସ୍ତ ହିଂସା ଓ ଅପରାଧର କାରଣ ଅବାଧ ଚୋରା ମଦର କାରବାର । ପାର୍ବଣକୁ ଆଖି ଆଗରେ ରଖି ଏହାକୁ ଅବକାରି ବିଭାଗ ଗୁରୁତ୍ୱପୂର୍ଣ୍ଣ ଭାବରେ ଧରପଗଡ କାର୍ଯ୍ୟପନ୍ଥା ଆପଣେଇଛି । ବିଗତ କିଛି ଦିନ ଭିତରେ କୋଦଳା ଅଞ୍ଚଳରୁ ୩୦ ଲିଟର ଦେଶୀମଦ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛନ୍ତି । ସେହିପରି ଚିକିଟି ଓ ଦିଗପହଣ୍ଡି ଅବକାରୀ କର୍ମଚାରୀଙ୍କ ମିଳିତ ଚଢାଉରେ ପାଟପୁର ଥାନା ଅଧିନସ୍ଥ ପୋଡାମାରି ଅଞ୍ଚଳରୁ ୫୦ଲିଟର ଦେଶୀମଦ ଜବତ କରିବା ସହ ୨ଅଭିଯୁକ୍ତଙ୍କୁ ଗିରଫ କରିଛି । ଛତ୍ରପୁର ଅବକାରୀ ବିଭାଗ ଅଧୀନରେ ଥିବା ଆସ୍କା ଥାନା ଅଧିନସ୍ଥ ପାକଲାପଲ୍ଲୀ, କରତାଳି, କାଳଶଣ୍ଢପୁର ଅଞ୍ଚଳରୁ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୮୦ଲିଟର ଦେଶୀମଦ, ୬୦ଲିଟର ସ୍ପିରିଟ୍ ଜବତ କରିବା ସହ ୪୦୦ ଲିଟର ପୋଚ ନଷ୍ଟ କରାଯାଇଛି । ଏଭଳି ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏହି ଅବସରରେ ସନ୍ଧ୍ୟା ସମୟରେ ଅବକାରୀ ବିଭାଗର ଏହାକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକୁ ବର୍ଷ ତମାମ ଜାରି ରଖିବା ସକାଶେ ମତପ୍ରକାଶ ପାଇଛି । ଏହି ଚଢ଼ାଉରେ ଇନ୍ସପେକ୍ଟର ଗଙ୍ଗା ପାଇକରାୟ, ଓଆଇସି ଉମାକାନ୍ତ ସ୍ୱାଇଁ, ଏଏସଆଇ ଅଭିରାମ ପଟ୍ଟନାୟକ, ଜଗନ୍ନାଥ ଶତପଥୀ, ଜି.କାମେଶ୍ୱର, ବସନ୍ତ ଜେନା, ସୁରଜିତ ପ୍ରଧାନ, ମନୋରଞ୍ଜନ ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା