


ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କାଳି ଢ଼ାବା ନିକଟରେ ଏକ ପିକଅପ ଗାଡିର ପଛଚକର ଟାୟାର ଫାଟିବାରୁ ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ସେଥିରେ ବସିଥିବା ୨ ଜଣ ମହିଳାଙ୍କ ସମେତ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ସୁବେନୀ ଦାସ, ହଂସିଲି ଦାସ, ପଦ୍ମନ ବେହେରା, ମୁନା ରାଉଳ, ମିଟୁ ବେହେରା, ଶ୍ରୀହରି ସାହୁ, ସଞ୍ଜିବ ଚୌଧୁରୀ, ଉପେନ୍ଦ୍ର ଗୌଡ଼, ଦୀପକ ସାହୁ । ଏମାନେ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳର ବୋଲି ଜଣାପଡିଛି । ଛତ୍ରପୁର ଅଗ୍ନିଶମ ବିଭାଗ ଦ୍ୱାରା ଆହତମାନଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଥିରୁ ୫ ଜଣଙ୍କ ଅବସ୍ଥା ସଙ୍କଟା ପନ୍ନ ଥିବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । କେଟରିଂ ସାମଗ୍ରୀ ଧରି ପିକଅପ ଗାଡିଟି ଛତ୍ରପୁର ସ୍ଥିତ ତାମ୍ପରା ହ୍ରଦରେ ଆୟୋଜିତ ଏକ ପିକନିକରୁ ବ୍ରହ୍ମପୁର ଫେରୁଥିବା ବେଳେ କାଳିଢ଼ାବା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



