ପିଙ୍ଗୁଆ ଗ୍ରାମର ସାଇ ପରିବାର ତରଫରୁ ସାଇ ବାବାଙ୍କ ମନ୍ଦିର ନିର୍ମାଣର ଶୁଭାରମ୍ଭ ….

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପିଙ୍ଗୁଆ ଗ୍ରାମର ସାଇ ପରିବାର ତରଫରୁ ଆଜି ସାଇ ବାବାଙ୍କ ମନ୍ଦିର ନିର୍ମାଣ ପାଇଁ ଜାଗା ଠିକ କରାଯାଇଛି । ସେହି ଜାଗରେ ୨୦୦ ଟ୍ରପି ମାଟି ପକାଇ ଜାଗାକୁ ସମତୁଲ କରିବା ସହ ସେଠାରେ ଉଠିଥିବା ବଟ ବୃକ୍ଷ ଓ ବେଲ ଗଛରେ ପତାକା ଲଗାଇଥିଲେ । ସମସ୍ତେ ବିଶ୍ଵାସ କରିଛନ୍ତି ଯେ ବେଲ ଗଛ ଓ ବଟ ବୃକ୍ଷ ଏକାଠି ରହିବା ଫଳରେ ବାବାଙ୍କ ଆଶୀର୍ବାଦ ମିଳିଥାଏ । ସେହି ଜାଗାରେ ପ୍ରାୟ ୭୦ଜଣ ଯୁବଗୋଷ୍ଠୀ ଓ ୧୫/୨୦ ଜଣ ପୁରୁଷ ଲୋକ ଉପସ୍ଥିତ ରହିଥିଲେ ।

ରିପୋର୍ଟ:ଶୁଭମ ପାଣି