ପିଞ୍ଚାବଣିଆ-ଦୁବକାସାହି ରାସ୍ତା ମରଣ ଯନ୍ତାରେ ପରିଣତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଦିବାସୀ ଅଧ୍ୟୁସିତ ତଥା ଉପାନ୍ତ ଅଂଚଳର ପିଞ୍ଚାବଣିଆଠାରୁ ଦୁବକାସାହୀ ଯାଏ ରାସ୍ତାର ଦୂରାବସ୍ଥା ଅବର୍ଣ୍ଣନୀୟ । ଏହି ରାସ୍ତାଦେଇ ବିଶ୍ୱନାଥପୁର, ବଡଟିକାୟତପୁର ଓ ପିଞ୍ଛାବଣିଆ ଗାଁର ଗ୍ରାମବାସୀ, ଛାତ୍ରଛାତ୍ରୀ, ରୋଗୀଙ୍କୁ ବହୁ କଷ୍ଟରେ ଯିବା ଆସିବା କରିବାକୁ ପଡିଥାଏ । ଏହି ରାସ୍ତାରେ ୧୦୮୫ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଯିବା ଅସମ୍ଭବ ହୋଇ ପଡେ । ଏପରିକି ରୋଗୀ ମାନଙ୍କୁ ଦୋଳିଆ ଖଟରେ ନିଆଯାଏ । ନିକଟରେ ଥିବା ଏକମାତ୍ର ଘୁଣ୍ଟବଣି ହାଟକୁ ଏ ଅଂଚଳର ଲୋକେ ଏହି ଅଣ ଓସାରିଆ କାଦୁଅ ସରସର ରାସ୍ତାରେ ଯିବାକୁ ପଡିଥାଏ । ୨୦୧୮-୧୯ ଆର୍ଥୀକ ବର୍ଷରେ ଏହି ରାସ୍ତା ମରାମତି ଲାଗି ଅନୁଦାନ ଆସିଥିବା ଏହି ଅଂଚଳର କେତେକ ବ୍ୟକ୍ତି ପ୍ରମାଣ ଦେଖାଇଥିବା ବେଳେ କେତେକ ସ୍ଥାନରେ ଅଳ୍ପକିଛି ମୋରମ ପକାଯାଇଛି ଯାହାକି ସମୁଦ୍ରକୁ ଶଙ୍ଖେ ପାଣି । କିନ୍ତୁ ଏହି ରାସ୍ତାକୁ କଂକ୍ରିଟ କରାଯିବାକୁ ପଂଚାୟତର ଯତିନ୍ଦ୍ର ନାଥ ମହାନ୍ତି, ଗଣେଶ ସରେନ୍, ସଚିନ୍ ମହନ୍ତ, ଲକ୍ଷ୍ମଣ ହେମ୍ବ୍ରମ, ସୁଧିର ମହନ୍ତ, ବିଶ୍ୱାନାଥା ମାରାଣ୍ଡି, ରବିନ୍ଦ୍ର ହେମ୍ବ୍ରମ ପ୍ରମୁଖ ଦାବୀ ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା