


ଭୁବନେଶ୍ୱର(ସମୃଦ୍ଧ ଓଡିଶା) ପିପିଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଯୁଧିଷ୍ଠିରଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭାଇ ସୂଚନା ଦେଇଛନ୍ତି। ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ପିପିଲିର ବିଧାୟକ ଥିଲେ ଯୁଦ୍ଧିଷ୍ଠିର ସାମନ୍ତରାୟ । ସେ ଜଣେ ଦୃଢ଼ କଂଗ୍ରେସ ନେତା ଥିଲେ ଓ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇ ଥିଲେ। ୧୯୮୪ ରୁ ୧୯୯୦ ପର୍ଯ୍ୟନ୍ତ ପିପିଲି ବ୍ଲକ ଚେୟାରମ୍ୟାନ ଥିଲେ । ଯୁଦ୍ଧିଷ୍ଠିର ଟାଣୁଆ କଂଗ୍ରେସ ନେତା ଭାବରେ ବେଶ ଜଣା ଶୁଣା ଥିଲେ । ୧୬ ମାର୍ଚ୍ଚ ୧୯୫୩ ମସିହାରେ ଯୁଦ୍ଧିଷ୍ଠିର ଜନ୍ମଗ୍ରହଣ କରିଥିଲେ। ଯୁଦ୍ଧିଷ୍ଠିର ବାପାଙ୍କ ନାମ ଥିଲା ବିଶ୍ୱନାଥ ସାମନ୍ତରାୟ ଓ ମା’ଙ୍କ ନାମ ଥିଲା ମିନାକ୍ଷୀ ସାମନ୍ତରାୟ । ଯୁଦ୍ଧିଷ୍ଠିରଙ୍କ ମୃତ୍ୟୁ ପରେ ସମର୍ଥକଙ୍କ ଗ୍ରହଣରେ ଓ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ : ରଜତ କୁମାର ମହାପାତ୍ର