ପୁଅକୁ ଆଣିବାକୁ ଯାଉଥିବା ବେଳେ ଅଜଣା ଗାଡି ଧକ୍କାରେ ବାପା ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପାଠ ପଢୁଥିବା ପୁଅ ଘରକୁ ଆସିବ, ତେଣୁ ବାପାର ଆନନ୍ଦ କହିଲେ ନ ସରେ । କିନ୍ତୁ କିଏ ଜାଣିଥିଲା ଏହି ଆନନ୍ଦ ମଧ୍ୟରେ ବାପାର ଜୀବନଦୀପ ସବୁଦିନ ପାଇଁ ଲିଭିଯିବ ବୋଲି । ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗାଁରେ । ଗତ ଶୁକ୍ରବାର ସଂଖ୍ୟାରେ ମହମ୍ମଦନଗରପାଟଣା ପଂଚୟତର ଚାଲନ୍ତି ଗାଁର ପ୍ରକାଶ ନାୟକ (୪୫) ବାହାରେ ପାଢ ପଢୁଥିବା ପୁଅକୁ ଆଣିବାକୁ ଯିବାଲାଗି ଏକ ସାଇକେଲରେ ରାଜଘାଟ ଷ୍ଟେସନକୁ ବାହାରିଥିଲା । କିନ୍ତୁ ଗଲାବେଳେ ସୁବର୍ଣ୍ଣରେଖା ପୋଲ ଉପରେ ଏକ ଅଜଣା ଯାନ ଧକ୍କା ଦେବାରୁ ତାହାର ଡାହାଣ ହାତ ସଂପୂର୍ଣ୍ଣ ଭାଂଗି ଯିବା ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଅଧିକ ରକ୍ତସ୍ରାବ ହେତୁ ସଜ୍ଞାହୀନ ଭାବେ ପୋଲ ଉପରେ ପଡିଥିବା ବେଳେ ଗାଁର ଲୋକେ ଖବର ପାଇ ତାଙ୍କୁ ପ୍ରଥମେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ଓ ପରେ କଟକର ସାଇଭିଜରେ ନସିଂହୋମରେ ଚିକିତ୍ସିୀତ ହେଉଥିଲେ । ଗତ ଶନିବାର ତାର ଡାହାଣ ହାତଟିକୁ କାଟି ବାହାର କରିଥିବା ବେଳେ ଆଜି ତାର ମୃତ୍ୟୁ ଘଟିଛି । ଘଟଣା ଜଣାଯିବା ପରେ ସ୍ଥାନୀୟର ଶୋକର ଛାୟା ଖେଳି ଯାଇଛି । ବାପ ଛେଉଣ୍ଡ ପୁଅ, ଝିଅ ଓ ବିଧବା ସ୍ତ୍ରୀକୁ ସରକାରୀ ସାହାଯ୍ୟ କରିବାକୁ ସମାଜସେବୀ ଅରୁଣ ସେନାପତି ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା