

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବାଲାଜି ପେଣ୍ଟ ସାହି ନିବାସୀ ଅସହାୟ ମହିଳା ଡି ସାବିତ୍ରୀ ଆଚାରୀ(୭୦)ଙ୍କ କୌଣସି କାରଣ ବସତଃ ମୃତ୍ୟୁବରଣ କରିଥିଲେ । କରୋନା ଭୟରେ କେହି ସାହି ଭାଇ କିମ୍ବା ସଂମ୍ପକୀୟ ଘଟଣା ସ୍ଥଳରେ ପହଞ୍ଚିଲେ ନାହଁ । ଫଳରେ ମର ଶରୀର ଦୀର୍ଘ ସମୟ ଧରି ପଡି ରହିଥିଲା । ରାତି ୯ଘଣ୍ଟା ସମୟରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନିକଟକୁ ଖବର ଆସିବା ପରେ ତୁରନ୍ତ ସେଠାରେ ପହଞ୍ଚି ଶବ ସତ୍କାର ବ୍ୟବସ୍ଥା ଯଥା ରୀତି ଅନୁସାରେ କରାଇଥିଲେ । ଓଡିଶା ମୋ ପରିବାର ଓ ବିଜୁ ପରିବାରର ବହୁ ସଦସ୍ୟଙ୍କ ସହ ବିଧାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପନ କରାଇଥିଲେ । ଏହା ପୂର୍ବରୁ ମଧ୍ୟ ବିଧାୟକ ଅନେକ ଅସହାୟକଙ୍କ ସହାୟ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ସବୁ ସ୍ତରରେ ପ୍ରଶଂସିତ ହୋଇଛନ୍ତି । ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଏହି ମହାନ୍ ମାନବିକତା କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯିବା ସହ ସମସ୍ତ ସାହାଯ୍ୟ ସହାୟତାକୁ ଅଞ୍ଚଳବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି । ଓଡ଼ିଶା ମୋ ପରିବାର ପକ୍ଷରୁ ଅସହାୟକ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆମେ ଦୃଢ ସଂକଳ୍ପ ବୋଦ ବୋଲି ସୂଚନା ଦେଇଛନ୍ତି ଓଡିଶା ମୋ ପରିବାରର ସାଧାରଣ ସଂପାଦକ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା