ପୁରୀ ଗୁଣୁପୁର ଟ୍ରେନ ସାଡେ ତିନି ଘଣ୍ଟା ବିଳମ୍ବ ଯାତ୍ରୀ ନାହିଁ ନଥିବା ଅସୁବିଧା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗକପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରକୁ ଆସୁଥିବା ପୁରୀ – ପାରଳାଖେମୁଣ୍ଡି-ଗୁଣୁପୁର ପାସେଞ୍ଜର ଟ୍ରେନ ରବିବାର ଅହେତୁକ ବିଳମ୍ବ ପହଂଚିଥିଲା । ଏଥିଯୋଗୁ ଯାତ୍ରୀ ମାନେ ଛୋଟ ଛୋଟ ପିଲା ନେଇ ଯାଉଥିବା ପରିବାର ବୃଦ୍ଧ ବୃଦ୍ଧା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଇଛନ୍ତି । ଟ୍ରେନଟି ମଞ୍ଜୁସା ଷ୍ଟେସନର କିଛି ଦୂରତାରେ ପ୍ରାୟ ପାଖାପାଖି ୨ ଘଣ୍ଟା ପକେଇ ରଖିବା ଦ୍ଵାରା ଯାତ୍ରୀମାନେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଟ୍ରେନଟି ପାରଳାଖେମୁଣ୍ଡି ଷ୍ଟେସନରେ ୬.୪୦ ପହଂଚିବାର ସମୟ ଥିବାବେଳେ ଏହା ରବିବାର ପ୍ରାୟ ପାଖାପାଖି ୪ ଘଣ୍ଟା ବିଳମ୍ବ ସାଡେ ୧୦ଟା ରେ ପାରଳାଖେମୁଣ୍ଡି ପହଂଚିବା ଜଣାପଡିଛି । ଏହି ଟ୍ରେନ ଯୋଗେ ଯେଉଁ ଯାତ୍ରୀ ମାନେ ପୁରୀ ବ୍ରହ୍ମପୁର ଅଂଚଳରୁ ପାରଳାଖେମୁଣ୍ଡି ଫେରୁଥିଲେ ସେମାନେ ସମସ୍ୟାରେ ପଡ଼ିଥିଲେ ପାରଳାଖେମୁଣ୍ଡି ଠାରୁ କାଶୀନଗର ଗୁଣୁପୁର ଗୁମା ଘଶାଣି ତଥା ଆଖପାଖ ଗ୍ରାମ ଗୁଡିକୁ ଯାତ୍ରୀମାନେ ଯିବା ସମସ୍ୟାର ସମୁଖୀନ ହୋଇଥିଲେ । ଏହିଭଳି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦୃଷ୍ଟି ଦେବା ପାଇଁ ରେଳବାଇ କର୍ତ୍ତୃପକ୍ଷକୁ ବହୁବାର ଲିଖିତ ଭାବେ ଜଣାଇଥିଲେ ପାରଳାଖେମୁଣ୍ଡି ସ୍ୱାଭିମାନ ମଂଚର ଆବାହକ ଡ୍ର ତିରୁପତି ପାଣିଗ୍ରାହୀ ଓ ଆଇନଜୀବୀ ବଟକୃଷ୍ଣ ପାତ୍ର ।

ରିପୋର୍ଟ : କୃଷ୍ଣ କୁମାର ବେହେରା