ପୁରୁଣା ପେନସନ ଲାଗୁକରିବା ଦାବିରେ ସବୁ ଜିଲ୍ଲାରେ ଆକ୍ରୋଶ ମାର୍ଚ୍ଚ : ପୁରୁଣା ପେନସନ ଆମର ହକ୍‌

ଭୁବନେଶ୍ୱର(ସମୃଦ୍ଧଓଡିଶା) କେନ୍ଦ୍ରସରକାର କର୍ମଚାରୀ ମାନଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମ ଘୋଷଣା କରିବା ପରେ ଦେଶ ଓ ରାଜ୍ୟରେ କର୍ମଚାରୀ ମହଲରେ ତୀବ୍ର  ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଦେଶରେ ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀ ଆଜି ଭୁବେନଶ୍ୱରରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହିତ ସମସ୍ତ ଜିଲ୍ଲାର ଜିଲ୍ଲପାଳମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ପୁରୁଣା ପେନସନ ଲାଗୁ ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି | ଏଥିନିମନ୍ତେ ଏନ ଏମ ଓ ପି ଏସ ଓଡିଶା ରାଜ୍ୟ ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ପୁରୁଣା ପେନସନ ଅଭିଯାନର ସମସ୍ତ ରାଜ୍ୟ କର୍ମକର୍ତା, ବିଭିନ୍ନ ସଂଗଠନର ରାଜ୍ୟ ସଭାପତି, ସମ୍ପାଦକ, ଜିଲ୍ଲା ସଭାପତି, ସମ୍ପାଦକ ଏବଂ ସମସ୍ତ ସକ୍ରିୟ ଏନ ପି ଏସ କର୍ମଚାରୀ ସାମିଲ ହୋଇଥିଲେ ।ସବୁ ଜିଲ୍ଲାରେ ଓ ଆସନ୍ତା ଦିନରେ ସବୁ ବ୍ଲକରେ କର୍ମଚାରୀ ପୁରୁଣା ପେନସନ ହାସଲ କରିବା ପର୍ଯ୍ୟନ୍ତ ଏକ ହୋଇ କାମ କରିବା ସହିତ ତୃଣମୂଳ ସ୍ତରରେ କାର୍ଯ୍ୟ କରି ସଂଗଠନକୁ ସୁଦୃଢ କରି ଓଡ଼ିଶାରେ ପୁରୁଣା ପେନସନ ଲାଗୁ ପଯ୍ୟନ୍ତ ଲଢେଇ କରିବାକୁ ଶପଥ ନେଇଥିଲେ ବୋଲି ପୁରୁଣା ପେନସନ ଅଭିଯାନ ରାଜ୍ୟ ସଭାପତି ବିଜୟ ମଲ୍ଲ ,ପ୍ରଜ୍ୟୋତ୍ନ ବରାଳ,ଅଜୟ ସ୍ୱାଇଁ,ରଶ୍ମି ପାଢ଼ୀ,ପ୍ରଦୀପ ପ୍ରଧାନ,ପ୍ରିୟବ୍ରତ ନାୟକ,ସରୋଜ ଜେଠୀ ,ଦେବି ଧଳ ,ବି ନ ଭୋଇ ,ପ୍ରିୟ ବଲ୍ଲଭ ବେହେରା ,ଅଶ୍ବିନୀ ମିଶ୍ର,ରାଜେଶ ମହାନ୍ତି,ବଙ୍କୀମ୍‌ ସାଗର, ଖଗେନ୍ଦ୍ର ପାଲ,ବିଭୂ ପ୍ରସାଦ ସାହୁ, ସୁଶାନ୍ତ ବେହେରା,ବିକ୍ରମ ରଥ ,ଗୁରୁଗୋବିନ୍ଦ ଦଳାଇ ଶ୍ରୀକାନ୍ତ ବାରିକ ,ରାମଲାଲ ପଟେଲ,,ରବିନ୍ଦ୍ର ପ୍ରଧାନ,ଶୁଭ୍ରଜିତ ପ୍ରତିହାରୀ,ରାଜେନ୍ଦ୍ର ମଲ୍ଲିକ, ଅନ୍ତର୍ଯ୍ୟାମୀ ଲେଙ୍କା,କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉରାୟ, ସୁଧାଂଶୁ ପୁହାଣ,ଆଦିତ୍ୟ ନାରାୟଣ ସ୍ୱାଇଁ,ଶୁଚିସ୍ମିତା ଦାସ ,ଅନୀତା ବେହେରା,ଶିବ ଶଙ୍କର ସାହୁ ପ୍ରମୁଖ ଏକ ପ୍ରେସ ବିବୃତି ମାଧ୍ୟମରେ ଓଡିଶାର ସମସ୍ତ ସରକାରୀ କର୍ମଚାରୀ ମାନ୍ୟବର ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ କର୍ମଚାରୀ ମାନଙ୍କ ନିମନ୍ତେ ଅବିକଳ ପୁରୁଣା ପେନସନ ଲାଗୁକରାଯିବାକୁ ଅନୁରୋଧ କରିଛନ୍ତି ।

ରିପୋର୍ଟ : ବିଜୟ ମଲ୍ଲ, ସଭାପତି ,ପୁରୁଣା ପେନସନ ଅଭିଯାନ, ଓଡିଶା