

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଚଳିତ ବର୍ଷ କରୋନା ନିୟମ ପାଳନ କରି ପୂଜା କରିବାକୁ କମିଟି ପକ୍ଷରୁ ନିଷ୍ପତି ନିଆଯାଇ ରୀତି ନୀତି ପ୍ରକାରେ ପୂଜା କରାଯାଇ ଖୁଣ୍ଟି ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ସମ୍ପାଦକ ବାବୁଲା ପାତ୍ର, ଉପଦେଷ୍ଟା ଶିବରାମ ସାହୁ, ପ୍ରମୋଦ ପଣ୍ଡା, ଗଣେଶ ଚନ୍ଦ୍ର ପଟ୍ଟନାୟକ, ଗୋପାଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆଉ କିଛି ଦିନ ପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ । କରୋନା କଟକଣାକୁ ମାନି ଦୁର୍ଗାପୂଜା କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ କମିଟି ପକ୍ଷରୁ ନିରାଡମ୍ବର ଭାବେ ରୀତିନୀତି ଅନୁସାରେ ଶୁଭଖୁଣ୍ଟି ସ୍ଥାପନ କରାଯାଉଛି ।
ରିପୋର୍ଟ : ଜିଲ୍ଲା ପ୍ରତି ନିଧି ନିମାଇଁ ଚରଣ ପଣ୍ଡା