ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାବ ଟେଷ୍ଟ କାର୍ଯ୍ୟକ୍ରମ ଆରମ୍ଭ…

ପୁରୁଷୋତ୍ତମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାରେ ମହାମାରୀ କରୋନା ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଥିବା ବେଳେ ପୁରୁଷୋତ୍ତମପୁର ଅଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ଏନ୍‌ଏସିର ବିଭିନ୍ନ ୱାର୍ଡରୁ ୨୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୮ଜଣ ମହିଳା ଥିବାବେଳେ ୧୭ ପୁରୁଷ ରହିଛନ୍ତି । ତେବେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୨୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୪୮ଜଣ ମହିଳା ରହିଥିବା ବେଳେ ୭୩ ପୁରୁଷ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ଏନ୍‌ଏସି ଓ ବ୍ଲକ ଅଞ୍ଚଳରୁ ୧୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୪ ଜଣ ଚିକିତ୍ସାଧିନ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାବ ଟେଷ୍ଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ହୃଷିକେଶ ମହନ୍ତ ଓ ଭାଟକୁମରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବି କ୍ରିଷ୍ଣା, ବିପିଏମ୍‌ ରାଧାକୃଷ୍ଟ ସାବତ, ଡାକ୍ତର ଅସ୍ମିତା ପାତ୍ରଙ୍କ ତତ୍ତ୍ୱାବଧାନ ୧୦ ଜଣିଆ ଟିମ୍‌ ଉପସ୍ଥିତ ରହି ସ୍ୱାବ ସଂଗ୍ରହ କରିବାରେ ଲାଗିଛନ୍ତି । ପ୍ରଥମ ଦିନରେ ୧୨ ଜଣ ନାମ ପଞ୍ଜୀକରଣ କରିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା