ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଜାମ୍ମୁ କାଶ୍ମୀରର ପୁଲୱାମା ଅବନ୍ତୀପୂରାଠାରେ ବିଚ୍ଛିନ୍ନତାବାଦୀ ସଂଗଠନ ଜେଶ-ଇ-ମହମ୍ମଦର ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ୪୪ଜଣ ସି.ଆର.ପି.ଏଫ୍.ର ଶହୀଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଶୁକ୍ରବାର ଅପରାହ୍ନରେ ପାର୍ଟିର ରାଜ୍ୟ କାର୍ଯ୍ୟାଳୟଠାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା କରାଯିବା ସହିତ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ଏନ୍. ସମ୍ବିତ ଦାସ, କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ନାରୀନେତ୍ରୀ ରିତା ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ମୃତିଚାରଣ କରିଥିଲେ । ଓଡ଼ିଶାର ଦୁଇ ଅମର ଶହୀଦ ଜଗତସିଂହପୁର ପ୍ରସନ୍ନ ସାହୁ ଓ ନିଆଳିର ମୋନଜ ବେହେରାଙ୍କ ପ୍ରତି ମଧ୍ୟ ସ୍ମୃତିଚାରଣ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଏହି ୨ ପରିବାରଙ୍କୁ ଅନ୍ତତଃପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଓ ଜଣଙ୍କୁ ସରକାରୀ ଚାକିରୀ ଦେବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସତ୍ୟଭାମା ଦେବୀ ମୁକ ବଧିର ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରି ଶହୀଦ ଯବାନମାନଙ୍କର ପ୍ରତି ସ୍ମୃତି ଅର୍ଘ୍ୟ ଅର୍ପଣ କରିଥିଲେ ।
ରିପୋର୍ଟ : ଆକାଶ ମିଶ୍ର