ପୂଜ୍ୟପୂଜା ସମିତି ପକ୍ଷରୁ ମହାତ୍ମାଗାନ୍ଧି ଓ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ପୌର କମିଶନରଙ୍କୁ ଦେଲେ ସ୍ମାରକପତ୍ର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁରର ପୂଜ୍ୟ ପୂଜା ସମିତି ପକ୍ଷରୁ ଷ୍ଟେସନ ରୋଡ଼ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତୀ ଓ ଟାଉନହଲ ରୋଡ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ଦାବି ନେଇ ବ୍ରହ୍ମପୁର ମହାନିଗମର କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବ୍ରହ୍ମପୁର ସହର ଏକ ଶିକ୍ଷିତ, ସଂସ୍କୃତିସଂପନ୍ନ ସହର ହେଲେ ବି କେହି ଦୁର୍ବୁତ୍ତ ଷ୍ଟେସନରୋଡ଼ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀକୁ ଭାଙ୍ଗି ଦେଇଛନ୍ତି । ଗୋଟିଏ ଗୋଷ୍ଠୀ ବା ବ୍ୟକ୍ତି ବିଶେଷଙ୍କ ଏହି କୁକର୍ମ ଫଳରେ ସମଗ୍ର ସହରର ଯେଉଁ ପରି ମର୍ଯ୍ୟାଦା ନଷ୍ଟ ହୋଇଛି, ତାହା ଅକ୍ଷମଣୀୟ । ସହରକୁ ସୁନ୍ଦର କରିବା ପାଇଁ ଟାଇଲ ବିଛାଇବା ସହ କାନ୍ଥବାଡ଼ରେ ଚିତ୍ର ବିଚିତ୍ର କରିବା ଚେଷ୍ଟାରେ ଥିବାବେଳେ କିଛି ଖାଲ ପ୍ରକୃତିର ଲୋକ ଓ ସାଂମ୍ପ୍ରଦାୟିକ ଵିଦ୍ଵେଶ ସୃଷ୍ଟିକାରୀ ଲୋକଙ୍କ ଏହି ଅପଚେଷ୍ଟା ନିଶ୍ଚିତ ଭାବେ ଏକ ଗୁରୁତର ଅପରାଧ ।ଏଣୁ ଏହାକୁ ଯଥା ସମ୍ଭବ ସ୍ତାନାନ୍ତର କରି ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଉ । ସେହିପରି ଟାଉନହଲ ରୋଡ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀ ମଧ୍ୟ ତାର କାରୁକାର୍ଯ୍ୟ ତ୍ରୁଟିପୂର୍ଣ୍ଣ ଥିବା ହେତୁ ଆଉ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତୀ ସ୍ଥାପନର ନିହାତି ଆବଶ୍ୟକ ରହିଛି । ଏଥିପୂର୍ବରୁ ପୂର୍ବତନ କମିଶନର ଅଞ୍ଜନା ପଣ୍ଡା ଏଥିଲାଗି ଗାନ୍ଧି ନଗର ମୁଖ୍ୟ ରାସ୍ତାରେ ସ୍ଥାନ ନିରୂପଣ ପ୍ରକ୍ରିୟା ଶେଷ କରିଥିଲେ । କିନ୍ତୁ ଦୀର୍ଘ ଦିନରୁ ତାହା ଶୀତଳଭଣ୍ଡାରରେ ପଡିବା ଭଳି କୌଣସି କର୍ତ୍ତୃପକ୍ଷଙ୍କ ଦୃଷ୍ଟିରେ ପଡୁନାହିଁ । ଅତଏବ ଏହି ଦୁଇ ଜାତୀୟବୀରଙ୍କ ପୂର୍ଣାଙ୍ଗ ପ୍ରତିମୂର୍ତ୍ତୀ ନିଶ୍ଚିତ ଭାବେ ବ୍ରହ୍ମପୁର ସହରର ମର୍ଯ୍ୟାଦା ଓ ସୌନ୍ଦର୍ଯ୍ୟ ଉଭୟ ବୃଦ୍ଧି କରିବାରେ ସହାୟ ହେବ । ଏଣୁ ଯଥା ଶୀଘ୍ର ପ୍ରତିମୂର୍ତ୍ତୀ ଦୁଇଟି ସ୍ଥାପନ କରିବା ପାଇଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା