

ଦିଗପହଣ୍ଡି (ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ଦିଗପଣ୍ଡି ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ପୃବର୍ତନ ମନ୍ତ୍ରୀ ତଥା ପୂବର୍ତନ ବାଚସ୍ପତି ଦିଗପହଣ୍ଡି ର ବିଧାୟକ ଡ଼ ସୂର୍ଯ୍ୟ ନାରାୟଣ ପାତ୍ର ୧୯୮୦. ୧୯୮୪ ଓ ୧୯୮୯ ମସିହା ମାନଙ୍କରେ ବ୍ରହ୍ମପୁର ଲୋକସଭା ଆସନରୁ ଜନତାଦଳ ଟିକେଟରେ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇ ଥିଲେ ହେଲେ ତାଙ୍କର ପରାଜୟ ପ୍ରତି ସମବେଦନଶୀଳ ହୋଇ ଦିଗପହଣ୍ଡି ଅଂଚଳର କିଛି ଶୁଭେଛୁ ଙ୍କ ପରାମର୍ଶ କ୍ରମେ ସେ ଆଉ ଲୋକସଭା ପରିବର୍ତ୍ତେ ବିଧାନସଭା ପାଇଁ ଲଢ଼ିବାକୁ ସ୍ଥିର କରି ୧୯୯୦ ମସିହାରେ ରାଜ୍ୟରେ ଗଢି ଉଠିଥିବା ଜନତା ଦଳ. ସିପିଆଇ ଓ ସିପିଆଇଏମ ତ୍ରିଦଳୀୟ ମେଣ୍ଟର ପ୍ରାର୍ଥୀ ହୋଇ ମୋହନା ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଥିଲେ ଏବଂ ପ୍ରଥମ ଥର ବିଧାନସଭା କୁ ନିର୍ବାଚିତ ହୋଇ ଥିଲେ ମଧ୍ୟ ତାଙ୍କ ପ୍ରତି ବିଜୁବାବୁଙ୍କ ଭଲ ପାଇବା ଗୁଣରୁ ମନ୍ତ୍ରୀପଦ ପାଇଥିଲେ, ଏବଂ କାଉଁସିଲର ରୁ ବାଚସ୍ପତି ହେଲେ ରାଜନୀତିର ଅନୁଭବୀ ନେତା ହିସାବରେ ସେ ଶେଷ ଜୀବନ ପର୍ଯ୍ୟନ୍ତ ପରାଜୟର ସ୍ୱାଦ ଚାଖିନଥିଲେ ଓ ଓଡିଶା ସରକାରରେ ଜଣେ କ୍ଷମତାଶାଳୀ ବ୍ୟକ୍ତି ହିସାବରେ ତାଙ୍କ ପତିଆରା ଜାହିର କରି ରଖିଥିଲେ, ସେ ରାଜନୀତି ଅପେକ୍ଷା କର୍ମ୍ମୀ ମାନଙ୍କୁ ଅଧିକ ଭଲ ପାଉଥିଲେ ୧୯୯୦ ମସିହାରେ ତ୍ରିଦଳୀୟ ମେଣ୍ଟର ପ୍ରାର୍ଥୀ ରୂପେ ବିଧାନସଭାକୁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବର୍ତମାନରେ କେବଳ ଦିଗପହଣ୍ଡି ଅଂଚଳ କାହିଁକି ସମଗ୍ର ରାଜ୍ୟ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତାଙ୍କୁ ହରାଇଛନ୍ତି ଦିଗପହଣ୍ଡି ବାସି ଆଜି ଦିଗପହଣ୍ଡି ନିଜ ଜମି ରେ ଶବକୁ ଦାହ କରିବାସହ ବଡ ପୁଅ ମୁଖା ଅଗ୍ନି ଦେଇଥିଲେ l
ରିପୋର୍ଟ : ନିମାଇଁ ଚରଣ ପଣ୍ଡା