ପୂରାତନ ଛାତ୍ର ଛାତ୍ରୀଙ୍କ ୩୦ ବର୍ଷ ପରେ ବନ୍ଧୁ ମିଳନ

ଫୁଲନଖରା(ସମୃଦ୍ଧଓଡିଶା) ଯୁକ୍ତ ତିନି ପାଠ ‌ସରିବା ପରେ ନିଜ ନିଜର ଭବିଷ୍ୟତ ଲକ୍ଷରେ କିଏ କେଉଁ ରାସ୍ତାରେ ଗଲେ କାହା ପାଖରେ କାହାର ଖବର ନଥିଲା । ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟସ୍ ଅପ ତଥା ପାଖ ସାଙ୍ଗ ମାନଙ୍କ ଠାରୁ କିଛି ସାଙ୍ଗ ମାନଙ୍କ ଫୋନ ନମ୍ବରକୁ ସଂଗ୍ରହ କରିଥିଲେ ପୂର୍ବତନ କଲେଜ ଛାତ୍ର ସଂସଦ ସଭାପତି ଦିଲ୍ଲୀପ କୁମାର ମହାରଣା । ନିଜର ବୃତ୍ତିଗତ ଆଇନଜୀବୀ ଜୀବନର ବ୍ୟସ୍ତତା ମଧ୍ୟରୁ କିଛି ସମୟ ବାହାର କରି ପ୍ରତ୍ୟେକ ଦିନ ସାଙ୍ଗ ମାନଙ୍କୁ ଯୋଗାଯୋଗ କରି ସ୍ଥିର ହୋଇଥିଲା ଏକାଠି ହେବାର ଦିନ, ତାରିଖ ଓ ସ୍ଥାନ । ସମସ୍ତେ ନିଜର ପ୍ରିୟ ଛାତ୍ର ନେତା ଙ୍କ ଡାକରା ପାଇ ୩୦ ବର୍ଷ ତଳର ଛାତ୍ର ଜୀବନର ପୁରୁଣା ସ୍ମୃତିକୁ ପୁଣିଥରେ ମନେପକାଇ ପରିବାର ସହ ଚାଲିଆସିଥିଲେ । ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟର ୧୯୯୬ ଯୁକ୍ତ ତିନି ବ୍ୟାଚ ର ବନ୍ଧୁ ମିଳନ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ଶାସନ ସ୍ଥିତ ଆମ୍ରପଲ୍ଲି ରିସୋର୍ଟ ରେ ଅନୁଷ୍ଠିତ ହୋଇଯାଇଛି । ନିଜର ପ୍ରିୟ ସାଙ୍ଗ ମାନଙ୍କୁ ଦେଖି କିଏ କହୁଥାଏ ତୁ କେମିତି ଅଛୁ, କୋଉଁଠି ଚାକିରୀ କରିଛୁ, ପୁଅଝିଅ କେତେଟା , କୋଉଠି ପଢୁଛନ୍ତି ଏମିତି କେତେ କଥା କହି ଉତ୍ତର ଶୁଣିବା ପୂର୍ବରୁ ଆଉ କିଏ ପୁଣି ଆଉ କିଛି ପଚାରୁ ଥାଏ । ଏମିତି ସମୟ କାଟିବା ସମୟରେ ଆୟୋଜକ ଙ୍କ ଅର୍ଡର ପାଇଁ ରେଷ୍ଟୁରାଣ୍ଟ କର୍ମଚାରୀ ଯୋଗାଇ ଦେଉଥାନ୍ତି ଚଟପଟି ଆଇଟମ । ବେସ ପାଞ୍ଚ ଛ’ଅ ଘଣ୍ଟା ନିଜ ସାଙ୍ଗ ମାନଙ୍କ ସହ ବିତାଇବା ପରେ ପାଖ ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ସେବନ କରି ସମସ୍ତେ ଦିଲ୍ଲୀପ ର ଏପରି ଏକାଠି କରିବାର ପ୍ରୟାସ କୁ ପ୍ରଶଂସା କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *