

ରାୟଗଡ଼ା (ସମୃଦ୍ଧ ଓଡିଶା) ସନ୍ଦେହ ଘେରରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟଣା । ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ନା ତାଙ୍କୁ ହତ୍ୟା କରାଯାଇଛି ଏ ନେଇ ଏବେ ଉଠିଛି ସସପେନସ । ଘଟଣାକୁ ପାଖାପାଖି ୨୦ ଦିନ ବିତିଯାଇଥିବା ବେଳେ ଖୋଦ ମୃତକଙ୍କ ସମ୍ପର୍କୀୟଙ୍କ ସହ କଂଗ୍ରେସ ଆଣିଛନ୍ତି ହତ୍ୟା ଅଭିଯୋଗ ।ଏହାର ଉଚ୍ଚ ସ୍ତରୀୟ ତଥା ସିବିଆଇ ତଦନ୍ତ ଦାବୀ କରି କଂଗ୍ରେସ ପକ୍ଷରୁ ଗୁଣୁପୁର-ରାମନାଗୁଡ଼ା ନିକଟ ବାଙ୍ଗୀ ଛକରେ ରାସ୍ତାରୋକ କରାଯାଇଛି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତ ମାସ ୨୪ ତାରିଖ ରାତିରେ ତାଣ୍ଡିକଣା ଛକରେ ପୁରୁଷୋତ୍ତମଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀକାକୁଲମ୍ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ପ୍ରାଥମିକ ତଦନ୍ତ କରି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲା । ତେବେ ପୁରୁଷୋତ୍ତମଙ୍କ ସମ୍ପର୍କୀୟ ଓ କଂଗ୍ରେସ ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଟାୟାର ଜାଳି ରାସ୍ତାରୋକ କରାଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ