ପୂର୍ବତନ ନୌ-ସେନାଧିକାରୀ ସୃଷ୍ଟିଧର ଦାସଙ୍କ ପରଲୋକ

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଚମାରଗାଁ ଠାରେ ୧୯୪୮ ମସିହାରେ ଜନ୍ମ ଗ୍ରହଣ କରିଥିବା ସୃଷ୍ଟିଧର ଦାସ (୭୨) ଆଜି ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ ହସ୍‌ପିଟାଲରେ ଭୋର ୩.୪୫ ସମୟରେ ପରଲୋକ ହୋଇ ଯାଇଛି । ସେ ଦୀର୍ଘ ୨ମାସ ଧରି ସ୍ନାଉ ଜନୀତ ରୋଗରେ ପିଡିତ ହୋଇ ଚିକିତ୍ସାଧି ଥିଲେ । ପ୍ରଥମେ ଜଣେ ମେକାନିକାଲ ଓ ପରେ ନେଭାଲ ଆର୍କିଟେକ୍‌ରେ ପାଠ୍ୟକ୍ରମ କରି ୧୯୬୮ ମସିହାରେ ଭାରତୀୟ ନୌବାହିନିୀରେ ଜେସିଓ ଭାବେ କାର୍ଯ୍ୟାରମ୍ଭ କରିଥିଳେ । ଭାରତୀୟ ନୌବାହିନୀର ଯୁଦ୍ଧଜାହାଜ ଆଇଏନ୍‌ଏସ୍ ମହିସୁରରେ ଯୋଗ ଦେଇ ୧୯୭୧ ଡିସେମ୍ବର ୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କରାଚି ବନ୍ଦର ପାଖରେ ରହି ପାକିସ୍ଥାନ ସହିତ ନୌଯୁଦ୍ଧରେ ଅଂଶ ଗ୍ରହଣ କରିଥିଲେ । ୧୯୭୯ ଅକ୍ଟବରମାସରେ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ କ୍ରିଉ ଟ୍ରେନଂରେ ଅଧ୍ୟକ୍ଷରୂପେ କାର୍ଯ୍ୟକରି ପରବର୍ତ୍ତୀ ସମୟରେ ଯୁଗ୍ମ ନିର୍ଦ୍ଦେଶକ ମେରାଇନ୍ ରେ କାର୍ଯ୍ୟକରି ୨୦୦୭ ମସିହାରେ ଅବସର ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁରେ ରାଇବଣିଆ ତଥା ଜଳେଶ୍ୱର ଅଂଚଳର ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା