ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଜନ୍ମ ଦିନର ଆଶ୍ରିବାଦ ସହ ଶୁଭେଚ୍ଛା ନେଲେ ପାରଳା ବିଧାୟକଙ୍କ ଜ୍ୟେଷ୍ଠ କନ୍ୟା ଧୃତିମୋକ୍ଷ

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଆଜି ପାରଳା ବିଧାୟକ ରୁପେଶ କୁମାର ପାଣିଗ୍ରାହୀଙ୍କ ଜ୍ୟେଷ୍ଠ କନ୍ୟା ଧୃତିମୋକ୍ଷ ପାଣିଗ୍ରାହୀଙ୍କ ଜନ୍ମଦିନ।  ଏହି ଅବସରରେ ବିଧାୟକଙ୍କ ସପରିବାର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଥିଲେ। ନବୀନ ବାବୁଙ୍କୁ ଭେଟିବା ସମୟରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଧ୍ରିତି ମୋକ୍ଷ ଆଶୀର୍ବାଦ କାମନା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧ୍ରିତି ମୋକ୍ଷଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ଜୀବନ ଉତ୍ତୋରତ୍ତର ଉନ୍ନତି କାମନା କରି ଆଶୀର୍ବାଦ କରିଥିଲେ। ଉକ୍ତ ସମୟରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୂପେସ କୁମାର ପାଣିଗ୍ରାହୀ ଓ ତାଙ୍କ ଧର୍ମ ପତ୍ନୀ ମଧୁସ୍ମିତା ପାଣିଗ୍ରାହି ନବୀନ ନିବାସରେ ଉପସ୍ଥିତ ଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା