

ଛତ୍ରପୁର (ସମୃଦ୍ଧ ଓଡିଶା) ଓଷ୍ଟା ଗଞ୍ଜାମ ଜିଲ୍ଲାର ପୂର୍ବତନ ଶିକ୍ଷକ ନେତା ତଥା ନରେନ୍ଦ୍ରପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଲମ୍ବୋଦର ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ନରେନ୍ଦ୍ର ପୁରସ୍ଥିତ ତାଙ୍କର ବାସ ଭବନ ଠାରେ ଓଷ୍ଟା ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା, ଗଞ୍ଜାମ ଜିଲ୍ଲା ସଂପାଦକ ବିଜୟ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଷ୍ଟା ରାଜ୍ୟ ସଂଗଠନର ପୂର୍ବତନ କୋଷାଧ୍ୟକ୍ଷ ତଥା ଗଞ୍ଜାମର ପ୍ରାକ୍ତନ ସଂପାଦକ ରୋଟାରୀଆନ୍ କାମରାଜୁ ମହାରଣା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ପାଣିଗ୍ରାହୀଙ୍କ ଶିକ୍ଷକତା ଜୀବନ, ସ୍ପଷ୍ଟବାଦିତା, ସାଂଗଠନିକ ଦକ୍ଷତା ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ଶତପଥୀ, ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା, ମୃତ୍ୟୁଞ୍ଜୟ ତ୍ରିପାଠୀ, ପ୍ରଧାନ ଶିକ୍ଷକ ବିପିନଚନ୍ଦ୍ର ସାହୁ, ଅଶୋକ କୁମାର ଦଳାଇ, ଭିକାରୀ ଚରଣ ଗୌଡ, ଅବସରପ୍ରାପ୍ତ କୃଷି ଅଧିକାରୀ ସୁଭାଶଚନ୍ଦ୍ର ପାଢୀ ପ୍ରମୁଖ ଅଂଶ ଗ୍ରହଣ କରି ସ୍ୱର୍ଗତ ପାଣିଗ୍ରାହୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା