‌ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅତ୍ୟଧିକ ମୂଲ୍ୟବୃଦ୍ଧି ବିରୋଧରେ ବିକ୍ଷୋଭ ଓ ପ୍ରତିବାଦ ସଭା…

‌ଜଳେଶ୍ୱର (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୁଲ୍ୟବୃଦ୍ଧି ବିରୋଧରେ ଆଜି ଅପରାହ୍ନରେ ସିପିଆଇ (ଏମ୍) ପକ୍ଷରୁ ଷ୍ଟେସନ ବଜାର ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଲା ପରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ୫ଟି ରାଜ୍ୟର ନିର୍ବାଚନ ସରିଲା ପରେ ମାର୍ଚ୍ଚ ୨୫ ତାରିଖରୁ ପ୍ରତିଦିନ ଦର ବଢି ବଢ଼ି ୧୦ ଦିନ ରେ ପେଟ୍ରୋଲ ଉପରେ ୭ ଟଙ୍କା ୪ ପଇସା ଏବଂ ଡିଜେଲ ଉପରେ ୬ ଟଙ୍କା ୯ ପଇସା ବଢାଇ ଦେଲେଣି । ରନ୍ଧନ ଗ୍ୟାସ୍ ର ଦର ୧ ହଜାର ଟଙ୍କା ଧରିଲାଣି । ସବସିଡି ପ୍ରାୟତଃ ବନ୍ଦ ହୋଇଛି । ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ଓ ରାଜ୍ୟର ଟିକସ ବୃଦ୍ଧି ପାଇଛି । ଗତ ବର୍ଷ କରୋନା କାଳରେ ପେଟ୍ରୋଲ ଓ ଡିଜେଲ୍ ଉପରୁ କେନ୍ଦ୍ର ଓ ରାଜ୍ୟ ସରକାର ୬.୫୮ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି । ଏଥିରୁ କେନ୍ଦ୍ର ୪.୫୫ ଲକ୍ଷ କୋଟି ଏବଂ ରାଜ୍ୟ ୨.୦୩ ଲକ୍ଷ କୋଟି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ପେଟ୍ରୋଲ ଦର ବଢିଥିଲେ ମଧ୍ୟ ମୂଳ ଦର ୫୪ ଟଙ୍କା ୪୯ ପଇସା ଏବଂ ଡିଜେଲ ୫୫ ଟଙ୍କା ୯୮ ପଇସା । କେନ୍ଦ୍ରୀୟ ଶୁଳ୍କ, ରାଜ୍ୟ ଭାଟ ଓ ଡିଲର୍ କମିଶନ ମିଶାଇ ପେଟ୍ରୋଲ ଲିଟର ୧୧୦ ଟଙ୍କା ଏବଂ ଡିଜେଲ ଲିଟର ୯୯ ଟଙ୍କାରେ ପହଞ୍ଚିଛି । ଏହା ସାଙ୍ଗକୁ ଏପ୍ରିଲ ପହିଲାରୁ ଟୋଲ ଟିକସ୍ ୧୦ ଟଙ୍କାରୁ ୬୫ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି । ଖାଇବା ତେଲ, ଡାଲିଠୁ ଆରମ୍ଭ କରି ବସ୍ ଭଡା ଓ ଔଷଧର ଦର ବଢ଼ିଛି । ସାଧାରଣ ଲୋକଙ୍କ ଉପରେ ବେଡି ଉପରେ କୋରଡ଼ା ମାଡ଼ । ସମସ୍ତ ଦର ଆକାଶଛୁଆଁ । ଏଣୁ ତୁରନ୍ତ ତେଲ ଉପରୁ ବିପୁଳ ପରିମାଣର ଟିକସ ପ୍ରତ୍ୟାହାର କରିବା ଓ ରନ୍ଧନ ଗ୍ୟାସର ଦର ହ୍ରାସ କରିବା ସହିତ ପୂର୍ବ ପ୍ରଚଳିତ ସବସିଡି ପ୍ରଚଳନ କରିବା ପାଇଁ ସିପିଆଇ (ଏମ୍) ଦାବି କରିଛି । ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବରେ ପ୍ରତିବାଦ ସଭାରେ ଶିଶିର ହୁଇ, ଶିତାଂସୁ ସେନାପତି, ଦିପ୍ତିମାନ୍ ଆଚାର୍ଯ୍ୟ, ଜିତାଂଶୁ ନନ୍ଦୀ, ଦିଲ୍ଲୀପ ପରିଡ଼ା, ରତନ ଦାସ, ରବିନ୍ଦ୍ର ବାରିକ, ପଲ୍ଟୁ ଦାସ, ଜୀବନ ପରିଡ଼ା, ଗଣେଶ ପାତ୍ର, ଶେକ୍ ଅବଦୁଲ ସାଦିକ୍, ଜତିନ୍ ଜେନା, ଶେକ୍ ନଜିମୁଦ୍ଦିନ୍, ଶେକ୍ ଜମିରୁଦ୍ଦିନ୍, ଶେକ୍ ଶିତାରୁଦ୍ଦିନ୍, ବସନ୍ତ ଦାସ, ପୂର୍ଣ୍ଣ ସିଂହ, ଲକ୍ଷ୍ମୀଧର ପଲାଇ, ଧୀରେନ୍ଦ୍ର ଦେ, ଜଗନ୍ନାଥ ପରିଡ଼ା, ରାଜେଶ ମହାନ୍ତି, ମଦନ ମାହାଲି, ଅବଦୁଲ ରହିମ ପ୍ରମୁଖ ଦୃଢ଼ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା