ପୋଡାମାରି କଲେଜରେ ଛାତ୍ରୀ ଆତ୍ମସୁରକ୍ଷା ଶିବିର ଉଦଘାଟିତ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ପୋଡାମାରି ବିଜ୍ଞାନ ମହାବିଦ୍ୟାଳୟ ଠାରେ ଦୀର୍ଘ ୧୨ଦିନ ଧରି ଅନୁଷ୍ଠିତ ହୋଇଥିଲା “ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର” ଆଜି ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଇ. ପ୍ରଦୀପ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟ(ବ୍ରହ୍ମପୁର) ଅଧ୍ୟାପକ ତଥା ଜିଲ୍ଲା ନୋଡାଲ ଅଫିସର ଅମୃତ କୁମାର ସେଠୀ ଓ ସମ୍ମାନିତ ଅତିଥି ଭାବେ ପାଟପୁର ଥାନାର ପୋଲିସ ଅଫିସର ଶୁଭ୍ରକାନ୍ତ ସାମନ୍ତରାୟ ଯୋଗ ଦେଇଥିଲେ । ଆତ୍ମସୁରକ୍ଷା ତାଲିମ ଛାତ୍ରୀ ମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ସହ ଏକ ସଶକ୍ତ ସମାଜ ଗଠନ କ୍ଷେତ୍ରରେ ସହାୟକ ହେବ ତଥା ସମାଜରେ ଏହାର ସକାରାତ୍ମକ ପଡୁଥିବା ସୂଚନା ଦେଇ ସରକାରଙ୍କ ଯୁବନୀତିଙ୍କୁ ପ୍ରଶଂସା କରିଥିଲେ ମଞ୍ଚାସିନ ଅତିଥି । ଉପସ୍ଥିତ ବୁଦ୍ଧି ଉପଯୋଗ କରି ସବୁ ପରିସ୍ଥିତିର ସାମ୍ନା କରିବାକୁ ଉତ୍ସାହିତ କରିଥିଲେ । ସଂଯୋଜିକା ସୁଶ୍ରୀ ରଞ୍ଜିତା ପ୍ରଧାନ, ଶ୍ରୀମତୀ ସୁମିତ୍ରା ଦେବୀଙ୍କ ସହ ଅଧ୍ୟାପକ ସତ୍ୟଶରଣ ପାଠୀ, ପ୍ରଭୁଦତ୍ତ ବ୍ରନ୍ହା ମଞ୍ଚାସିନ ଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଦୁର୍ଯ୍ୟୋଧନ ଜେନା, ଶେଷରେ ମାଷ୍ଟର ଟ୍ରେନର ଜସ୍ମୀନି ସାହୁ ଓ ଉଷାରାଣୀ ଦୋରାଙ୍କ ତତ୍ୱାବଧନରେ ଛାତ୍ରୀ ମାନଙ୍କ ଦ୍ୱାରା ଆତ୍ମସୁରକ୍ଷା କୌଶଳ ପ୍ରଦର୍ଶନ କରାଯାଇ ମାନପତ୍ର ବଣ୍ଟନ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ସାନଖେମୁଣ୍ଡିରୁ ପ୍ରଫୁଲ୍ଲ ସାବତ