ପୋଲସରା ଏନଏସି ସଭାଗୃହରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ଏନଏସି ସଭାଗୃହ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭତ୍ତା, ରାସନ କାର୍ଡ଼, ଆବାସ ଗୃହ ୨୮୦ଜଣ ହିତାଧିକାରୀଙ୍କ ସମସ୍ୟା ବୁଝି ତୁରନ୍ତ କାର୍ଯ୍ୟକାରି କରିବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୋଲସରା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏନଏସି କର୍ମଚାରୀ ଏବଂ ଜନ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା