ପୋଲସରା ଗଣଦୁଷ୍କର୍ମ ମାମଲାର ଚବିଶି ଘଣ୍ଟା ମଧ୍ୟରେ ଦୋଷୀ ଧାରା ନଗଲେ ଭାଜପା ମହିଳା ମୋର୍ଚ୍ଚା ତରଫରୁ ଗଣ ଆନ୍ଦୋଳନ କରାଯିବାର ଧମକ….

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକଲି ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ସୁରମା ପାଢ଼ୀ, ଲେଖାଶ୍ରୀ ସାମନ୍ତସିଂହାର, ନୟନ୍ତୀ ପଢ଼ିଆରୀ, ବବିତା ପତ୍ର ଓ ଅନିତା ପ୍ରିୟଦର୍ଶନୀ ପ୍ରମୁଖ ପୋଲସରା ଧୋୟାକଣ ଗ୍ରାମର ଗଣଦୁଷ୍କର୍ମର ଶୀକାର ପିଡୀତାଙ୍କ ଘରକୁ ଯାଇ ଏବଂ ଜମି ବାଟ ଦେଇ ୨୦୦ମିଟର ଦୂରରେ ଥିବା ଦୁଷ୍କର୍ମ ସ୍ଥଳ ପରିଦର୍ଶନ କରିଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନାରେ ଜଣାପଡିଲା ଫୋରେନସିକ ଟିମର ତଦନ୍ତରେ ପୋଲିସ କୁକୁରକୁ ଫ୍ରିରେ ସନ୍ଧାନ କରିବାକୁ ଛଡ଼ାଯାଇନଥିଲା । ପିଡୀତାଙ୍କ ବାପା କୁହନ୍ତି ପାଖ ଆମ୍ବଝର ଫାଣ୍ଡିରେ ଅଧିକାରୀ ରାତିରେ ଲିଖିତ ଏଫ.ଆଇ.ଆର ନ ଦେଲେ ଏଫ.ଆଇ.ଆର ଦରଜ ହେଇ ପାରିବନି କହିଲେ । ପୁଣି  ଉପସ୍ଥିତ ପୋଲିସଙ୍କ ଆଖ ପାଖରେ ସ୍ଥାନୀୟ ଶାସକ ଦଳର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ କର୍ମୀମାନେ ଘେରି କରି ରହିବା ଆତଙ୍କର ବାତାବରଣ ସୃଷ୍ଟି କରୁଛି । ଗ୍ରାମବାସୀ ଭୟଭୀତ ଅଟନ୍ତି । ହସ୍ପିଟାଲରେ ପୀଡିତା ପୋଲିସର ସୁଦିର୍ଘ ବଜୟ ମାତ୍ରାଧିକ ପୋଲିସ କାହିଁକି ? ଏସ.ପି ନାଚାର, ଡ଼ି.ଆଇ.ଜି ନାଚାର । ଚାରି ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଏ.ଏସ.ପି.ଙ୍କ ନେତୃତ୍ୱରେ ଏସ.ଆଇ.ଟି ଗଠନ କରନ୍ତି କିନ୍ତୁ ଫଳ ଶୂନ । ଘଟଣାର ପୂର୍ବ ଦିନ ରାତିରେ ବିଜେଡିର ଜଣ ସମ୍ପର୍କ ଯାତ୍ରାକୁ ନେଇ ନଗର ପରିକ୍ରମା, ଭୋଜି ଭାତ, ମଦ ମାଂସ, ଗ୍ରାମବାସୀ ସନ୍ଦେହ କରନ୍ତି ସେହିମାନେ ହିଁ ଦାୟୀ । ପାରିପାର୍ଶ୍ଵିକ ଅବସ୍ଥା କହୁଛି ଜାଣିଥିବା ଲୋକ ହିଁ ଏହିପରି ଘଟଣା ଭିଆଇଛନ୍ତି । ତାର ପରଦିନ ସକାଳି ବିଧାୟକ ଢୋଲ ଟମକ ବଜାଇ ଯାତ୍ରା କରିବା ଏଭଳି ସଙ୍ଗୀନ ଘଟଣା ଉପରୁ ଦୃଷ୍ଟି ହଟାଇବା ପାଇଁ ଏବଂ ଲୋକଙ୍କୁ ଶାସନ ଦଳର ପଡ଼ିଆରା ଦେଖାଇ ଭୀତ ଚୁସ୍ତ କରିବା ପାଇଁ ଉଦ୍ଦିଷ୍ଟ । ମହିଳା ମୋର୍ଚ୍ଚା ଏଭଳି ସଙ୍ଗୀନ ଘଟଣାର ତଦନ୍ତ ନିରପେକ୍ଷ ହେବ ଏବଂ ସମୟ ବଦ୍ଧ ଭାବରେ ଦୋଷୀକୁ ଧରିବା ପାଇଁ ଚାପ ପକାଇବା କହି ଆସନ୍ତା ଚବିଶି ଘଣ୍ଟାର ମହଲତ ଦେଇଛି । ଅନ୍ୟଥା ପୋଲିସର ନିଷ୍କ୍ରିୟତା ଓ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ପୋଲିସ  ଉପରେ ଶାସନ ଦଳର ଚାପ ରହିଥିବ ବୋଲି ଅନୁଭବ କରୁଛନ୍ତି । ଚବିଶି ଘଣ୍ଟା ମଧ୍ୟରେ ଦୋଷୀ ଧାରା ନଗଲେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ଓ ଗୃହ ବିଭାଗର ମୁଖ୍ୟ ନଵୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ମହିଳା ମୋର୍ଚ୍ଚା ତରଫରୁ ଗଣ ଆନ୍ଦୋଳନ କରାଯିବାର ଧମକ ଦେଇଛନ୍ତି । ଏହି ଟିମ୍ ରେ ଏସ.ପି ଓ ଡି.ଆଇ.ଜିଙ୍କୁ ରାଜ୍ୟ ପ୍ରତିନିଧିଙ୍କ ସମେତ ସାକ୍ଷତ କରିଥିଲେ ଜିଲ୍ଲା ସଭାପତି କାଁହୁ ଚରଣ ପତି, ରାଜ୍ୟ ସମ୍ପାଦକ ବିଭୁତି ଜେନା, ମିଟୁ ମଲିକ, ମହେଶ ମହାନ୍ତି, ପ୍ରତାପ ନାୟକ, ପ୍ରଭାତ ଷଡ଼ଙ୍ଗୀ, ମଦନ ପତ୍ର, ଶରତ ସାହୁ, ପ୍ରବୀର ପତ୍ର, ଗଙ୍ଗା ଶତପଥୀ, ଧରଣୀ ଧରା ବେହେରା, ନୀଳକଣ୍ଠ ସାହୁ, ଗୋପୀନାଥ ପଣ୍ଡା, ଏନ. ରାଜେନ୍ଦ୍ର କୁମାର, ମଧୁ ସାହୁ, ବନିକା ପଣ୍ଡା, ସୁଵାସୀନୀ ପଟ୍ଟନାୟକ, ନାମିତ ପଣ୍ଡା ଜିଲ୍ଲାର ବହୁ ତୁଙ୍ଗ ନେତା ଥିବା ସୂଚନା ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା