ପୋଲସରା ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ସମାଜ ମଙ୍ଗଳ ଅଧ୍ୟକ୍ଷା ଲତିକା ପ୍ରଧାନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପୋଲସରା ଧୋୟାକଣା ଗାଁର ନାବାଳିକା ଗଣଦୁଷ୍କର୍ମ ପୀଡ଼ିତା ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ଜାରୀ ରହିଥିବା ବେଳେ ନାବାଳିକାର ଧୀରେ ଧୀରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ସୂଚନା । ଏଭଳି ସ୍ଥିତିରେ ଘଟଣାକୁ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା ମାନେ ପୀଡ଼ିତାଙ୍କୁ ଭେଟି ଆଶ୍ୱସନା ଦେବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ପୀଡ଼ିତାଙ୍କୁ ୧୦ଲକ୍ଷଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି । ରାଜ୍ୟ ସମାଜ ମଙ୍ଗଳ ଅଧ୍ୟକ୍ଷା ଲତିକା ପ୍ରଧାନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବ୍ରହ୍ମପୁର ବଡ଼ମେଡ଼ିକାଲରେ ପହଞ୍ଚି ପୀଡିତା ଏବଂ  ତାଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିଥିଲେ । ଏହା ସହ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ ସହ ଆଲୋଚନା କରିଥିଲେ । ଏହି ଘଟଣାକୁ ନିନ୍ଦା କରିବା ସହ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଧରିବା ଲାଗି ଦକ୍ଷିଣାଞ୍ଚଳ ଡ଼ିଆଇଜି ଆଶିଷ କୁମାର ସିଂଙ୍କୁ ସାକ୍ଷାତକରି ଆଲୋଚନା କରିଥିଲେ ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା