ବୁଗୁଡା (ସମୃଦ୍ଧ ଓଡିଶା) ପୋଲସରା ବିଧାୟକ ଓ ତାଙ୍କ ଧର୍ମପତ୍ନୀ ଉଭୟଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତାଙ୍କର ଧର୍ମପତ୍ନୀ ଗୋଲାପ ସାହୁ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀ ସାହୁ ଜ୍ୱର ଅନୁଭବ କରିବା ଦ୍ୱାରା ମଙ୍ଗଳବାର ଦିନ ଶ୍ରୀ ସାହୁ ଓ ଶ୍ରୀମତୀ ସାହୁଙ୍କ ସ୍ଲାବ ପରୀକ୍ଷା ପାଇଁ ନିଆଯାଇଥିଲା । ବୁଧବାର ଦିନ ଦୁହିଁଙ୍କ କରୋନା ପଜିଟିଭ ବାହାରିବା ପରେ ଦୁହେଁ ଭୁବନେଶ୍ୱର ବିଧାୟକଙ୍କ କ୍ୱାର୍ଟରେ କ୍ୱରେଣ୍ଟିନରେ ରହି ଚିକିତ୍ସା ହେଉଛନ୍ତି । ବିଧାୟକ ଶ୍ରୀକାନ୍ତ ସାହୁ କରୋନା ସଂକ୍ରମଣକୁ ଭୟ ନକରି ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଲି ପ୍ରବାସୀ ଓଡ଼ିଆଙ୍କ ଭଲ ମନ୍ଦ ବୁଝି ସମାଧାନ କରୁଥିଲେ । ବାଲିପଦରରେ କରୋନା ସଙ୍କଟ ଲାଗି ଜନସାଧାରଣ ଭୟଭୀତ ଥିବାବେଲବ ସେ ଗତ ଜୁଲାଇ ୧୫ ତାରିଖ ଦିନ ସେଠାକୁ ଯାଇ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବହୁ ଲୋକଙ୍କୁ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ସାହାସ ଦେଇ ଫେରିଥିଲେ । କରୋନା ସଂକ୍ରମଣରୁ କପରି ରକ୍ଷା ପାଇବା ସେ ବିଷୟ ନେଇ ଲୋକଙ୍କୁ ସର୍ବଦା ବୁଝାଉ ଥିଲେ । ଏହି କାର୍ଯ୍ୟରେ ସେ ବହୁ ଲୋକଙ୍କ ନିକଟତର ହେବା ଦ୍ୱାରା ସେ ନିଜେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଜଣେ କରୋନା ଯୋଦ୍ଧା ଭାବେ ବିଭିନ୍ନ ସଂଗଠନ ପକ୍ଷରୁ ବିଧାୟକ ଶ୍ରୀ ସାହୁଙ୍କୁ ସମ୍ମାନୀତ କରାଯାଇଛି । ବର୍ତ୍ତମାନ ଶ୍ରୀ ସାହୁ ଓ ଶ୍ରୀମତୀ ସାହୁଙ୍କ ସ୍ୱାସ୍ଥ୍ୟ ଭଲ ଥିବା ବେଳେ ତୁରନ୍ତ ଆରୋଗ୍ୟ ଲାଭ କରିବାକୁ କାମନା କରି ଅଞ୍ଚଳବାସୀ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା