ପୋଲସରା ବ୍ଲକ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର ସାଙ୍ଘଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ …

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର ସାଙ୍ଘଠନିକ କାର୍ଯ୍ୟକ୍ରମ ବନ୍ଥପଲ୍ଲୀ ଶିବ ମନ୍ଦିର ପରିସରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ପୋଲସରାର ଶ୍ରୀକାନ୍ତ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ଜନତା ଦଳର ସଙ୍ଗଠନକୁ ସଦୃଡ଼ କରିବା ପାଇଁ ଆଲୋଚନା କରିଥିଲେ । ସେଥିରେ ପୋଲସରା ବ୍ଲକ ଅଧ୍ୟକ୍ଷ, ସମିତି ସଭ୍ୟ, ନାଏବ ସରପଞ୍ଚ ସମେତ ୨୦୦ଶହ ରୁ ଉର୍ଦ୍ଧ୍ବ ବିଜୁ ଜନତା ଦଳର ସକ୍ରିୟ କର୍ମୀମାନେ ଯୋଗଦେଇଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା