

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମ ଠାରେ ଓଡିଶା ସରକାର ପୂର୍ତ୍ତ ବିଭାଗ ଦ୍ୱାରା ଆସିକା-ବାଲିଛାଇ-ସୁବଳୟା ଦେଇ ୭ କି. ମି ଠାରୁ ୧୫କି.ମି ରାସ୍ତାର ପ୍ରଶସ୍ତି ଓ ଉନ୍ନତି କରଣ(ରାଜ୍ୟ ଯୋଜନା ପାଣ୍ଠିରୁ ୯୮୦.୩୬ଲକ୍ଷ ଟଙ୍କା) ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ପୋଲସରା ବ୍ଲକ ଅଧ୍ୟକ୍ଷ, ଉପାଦକ୍ଷା, ସରପଞ୍ଚ, ସମିତି ସଭ୍ୟ ଜନ ପ୍ରତିନିଧି ଏସଡିଓ, ଜେଇଙ୍କ ସମେତ ଗ୍ରାମବାସୀମାନେ ଯୋଗ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


