
ପୋଲସରା(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ପୋଲସରା ରାଜମହଲ ସାହିର ଏକ ଘରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସୁଧାଂଶୁ ଶୁଭଙ୍କର ଦାଶ ପୋଲସରା ‘ବ୍ୟାଙ୍କ୍ ଅଫ୍ ବରୋଦା’ରେ ଫିଲ୍ଡ୍ ଅଫିସର୍ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳେ ସୁଧାଂଶୁ ରହୁଥିବା ଘର କବାଟ ନ ଖୋଲିବାରୁ ପଡୋଶୀଙ୍କ ସନ୍ଦେହ ବଢିଥିଲା । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଥିବା ସୁଧାଂଶୁଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ପରିବାର ଲୋକେ ସୁଧାଂଶୁଙ୍କ ଭଡ଼ା ଘରେ ପହଞ୍ଚିଛନ୍ତି। ହଠାତ୍ ପୁଅର ଏପରି ଚରମ ପଦକ୍ଷେପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। କିଛି ଦିନ ହେବ ସେ ମାନସିକ ଅବସାଦରେ ରହୁଥିବା କୁହାଯାଇଛି ସେଥିପାଇଁ ବୋଧହୁଏ ଏପରି ପଦକ୍ଷେପ ନେଇଥିବା ପଡ଼ୋଶୀ କହିଛନ୍ତି। ପୋଲିସ୍ ଏହି ମାମଲାର ବିଭିନ୍ନ ଦିଗକୁ ଯାଞ୍ଚ କରୁଛି। ଏହା ଆତ୍ମହତ୍ୟା ନା ଆଉ କଣ ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।