

ପୋଲସରା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନ୍ୟ ଦଳର ବହୁ କର୍ମୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଜଣାପଡିଛି । ନଭେମ୍ବର ୨୨ ତାରିଖ ଦିନ ପୋଲସରା ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏନଏସିର ବିଭିନ୍ନ ୱାର୍ଡର ଅନ୍ୟ ପାର୍ଟିର ପ୍ରାୟ ୮୦ ଜଣ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ସାହୁ ସେମାନଙ୍କୁ ସ୍ୱାଗତ କରିବା ସହ ବିଜେଡିରେ ଗ୍ରହଣ କରିବା ଘୋଷଣା କରିଥିଲେ । ଏହି ମିଶ୍ରଣ ପର୍ବରେ ଏନଏସିର ବିଜେଡି କର୍ମକର୍ତ୍ତା, ପୂର୍ବତନ ଲୋକ ପ୍ରତିନିଧି ଓ ବହୁ କର୍ମୀ ଉପସ୍ଥିତ ଥିଲେ ।