

ପୋଲସରା (ସମୃଦ୍ଧ ଓଡିଶା) ଆଜି ସର୍ବ ଭାରତୀୟ ଟ୍ରେଡ ୟୂନିୟନ ଏବଂ କୃଷକ ସଭା ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ପାଳନରେ ଦେଶର ୧୦ଗୋଟି ଟ୍ରେଡ଼ ୟୁନିଅନ ଏବଂ ୩୦ ଗୋଟି ଛାମୁଆ ସଂଗଠନ ସାମିଲ ହୋଇଥିବା ବେଳେ ଏହି ବନ୍ଦର ପ୍ରଭାବ ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗରରେ ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାରଙ୍କ ନେତୃତ୍ବ ବିରୁଦ୍ଧରେ ବିଭିନ୍ନ ରାଜ୍ୟ ସରକାର ମାନଙ୍କ ଦ୍ୱାରା ଶ୍ରମିକ, କୃଷକ, ସର୍ବୋପରି ସାଧାରଣ ଲୋକଙ୍କ ଉପରେ ହେଉଥିବା ପ୍ରଚଣ୍ଡ ଆକ୍ରମଣ ଓ ସାମ୍ବିଧାନିକ, ଗଣତାନ୍ତ୍ରିକ ଅଧିକାର ଗୁଡିକୁ ଛଡେଇ ନେବା ପାଇଁ ହେଉଥିବା ପ୍ରଚେଷ୍ଟାକୁ ରୋକିବା ପାଇଁ ଏହି ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ସଫଳ କରିବା ଲାଗି ଏକ ରାଲି ପୋଲସରା ବ୍ଲକରୁ ବାହାରି ପୋଲସରା ଏନଏସି, ତହସିଲ ଅଫିସ ଓ ରାଣୀପଡ଼ା ନଦୀ ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ କାମୁନିଷ୍ଟ୍ୟ ପାର୍ଟିର ମୁଖ୍ୟ, ଆଂଚଳିକ ସମ୍ପାଦକ, ନିର୍ମାଣ ଶ୍ରମିକ ଓ ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଉ ଥିବା ଦଣ୍ଡପାଣି ସାମଲ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତି, କୃଷକ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ବେଳେ ସି.ପି.ଆଇ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଦୀପ ସେଠୀ, ଗଞ୍ଜାମ ଜିଲ୍ଲା କ୍ଷେତ ମଯଦୁର ନେତା ହରିହର ପାତ୍ରଙ୍କ ସମେତ ଲକ୍ଷ୍ମୀପାତ୍ର, ବିଜୟ ସାମନ୍ତରା, କାଳିଆ ସ୍ଵାଇଁ, ତ୍ରିନ୍ନାଥ ସାମଲ, ଗଣପତି ସାହୁ, ଚନ୍ଦ୍ର ପାଇକ ରାୟ, ଜୋଛନା ମହାରଣା, ସୀମା ପାତ୍ର ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



