ପୋଲସରାରେ ଲଜ୍ୟା:ଘରେ ପଶି ଚୋରି ପରେ ନାବାଳିକାକୁ ଟେକି ନେଇ ଗଣଦୁଷ୍କର୍ମ-ପୀଡିତା ବ୍ରହ୍ମପୁର ବଡ଼ମେଡିକାଲରେ…ବିଧାୟକଙ୍କ ସମବେଦନା

ଛତ୍ରପୁର(ସମୃଦ୍ଧ ଓଡିଶା): ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ଅନ୍ତର୍ଗତ ବାଲିସାହି ଫାଣ୍ଡି ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ଘଟିଛିି। ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତମାନେ ଚୋରି କରିବା ସହିତ ଘରେ ଶୋଇଥିବା ଜଣେ ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ଗତକାଲ ରାତିରେ ତିନି ଜଣ ଦୁର୍ବୃତ୍ତ ଚୋରି କରିବା ଉଦ୍ଦେଶ୍ୟରେ ବାଲିସାହି ଫାଣ୍ଡି ଅଞ୍ଚଳରେ ଜଣଙ୍କ ଘର ଭିତରେ ପଶିଥିଲେ। ଘରେ ପଶି ଟଙ୍କା, ପଇସା ଓ ସୁନାରୂପା ଅଳଙ୍କାର ଚୋରି କରି ନେବା ପରେ ଦୁର୍ବୃତ୍ତମାନେଙ୍କ ପାପ ଆଖି ପଡ଼ିଥିଲା ଘର ଭିିତରେ ଶୋଇଥିିବା ନାବାଳିକାଙ୍କ ଉପରେ। ଦୁର୍ବୃତ୍ତମାନେ ତାଙ୍କୁ ଘର ବାହାରକୁ ଟେକି ନେଇ ଗଣଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ। ପରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ଝିଅଟିକୁ ଉଦ୍ଧାର କରି ପ୍ରଥମେ ଆସ୍କା ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆମ ପ୍ରତିନିଧି ଜଣାଇଛନ୍ତି ଯେ, ପୋଲସରା ବ୍ଲକ ଅନ୍ତର୍ଗତ ଧୋୟାକଣା ଗ୍ରାମ ଠାରେ ଚୋରି ଓ ଦୁଷ୍କର୍ମ ହୋଇଥିବା ନାବାଳିକାଙ୍କ ଘରକୁୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ସକାଳ ୬ ଘଣ୍ଟ ସମୟରେ ଯାଇ ପୀଡ଼ିତାଙ୍କ ପରିବାରକୁ ସମବେଦନା ଜଣାଇ ଆର୍ଥିକ ସହାୟତା ପ୍ରଦାନ କରିବା ସହ ବ୍ରହ୍ମପୁର ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲେ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ  ଦାବି କରିଥିଲେ ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା