

ଛତ୍ରପୁର (ସମୃଦ୍ଧ ଓଡିଶା) ପୋଲିସ ମୁଖ୍ୟାଳୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଦେଶର ବହୁ କଷ୍ଟଲବ୍ଧ ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ଯେଉଁ ସମ୍ବିଧାନ ସୂଚକ ସୂତ୍ର ରଖା ଯାଇଛି ତାହାକୁ ସମ୍ମାନ ଦେଇ ଜାତୀୟ ପତାକା, ଜାତୀୟ ସଙ୍ଗୀତ ତାହାର ଆଦର୍ଶ ଓ ଅନୁଷ୍ଠାନ ଗୁଡିକର ଉଚିତ ସମ୍ମାନ ପ୍ରଦର୍ଶନ କରାଗଲେ ଦେଶର ପ୍ରଭୂତା, ଏକତା ଓ ଅଖଣ୍ଡତା ବଜାୟ ରହିବ । ଏସବୁକୁ ଵଜାୟ ରଖିବା ସହ ଧର୍ମ, ଭାଷା, ଅଞ୍ଚଳ ଓ ଗୋଷ୍ଠୀଗତ ଭେଦଭାବରୁ ଉର୍ଦ୍ଧ୍ଵରେ ରହି ମହିଳାଙ୍କ ସମ୍ମାନ ପ୍ରଦାନ ସହ ଗୌରଵଶାଳୀ ସଂସ୍କୃତି ଓ ବିଭବଶାଳୀ ପରିବେଶର ସୁରକ୍ଷା କରିବି ବୋଲି ଗଞ୍ଜାମ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସମ୍ବିଧାନ ଦିବସ ଅବସରରେ ଶପଥ ପାଠ କରିଛନ୍ତି । ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ ମଲ୍ଲିକ, ଅଶୋକ ମହାନ୍ତି, ଡିଏସପି ଉତ୍କଳ କେଶରୀ ଦାଶ, ସାମୁଏଲ ପ୍ରଧାନ, ଗୋଇନ୍ଦା ଡିଏସପି ଅଜୟ ମିଶ୍ର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି ଓ ସର୍ଜେଣ୍ଟ ସଞ୍ଜୟ ବାରିକଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ ।
ରିପୋର୍ଟ ; ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
