ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ଜନଅସନ୍ତୋଷ:ମଦ୍ୟପ ଡ୍ରାଇଭର ଏବେ ମୃତ୍ୟୁ ମୁଖରେ…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ଗତକାଲି ରାତିରେ ନରସିପାଟଣା ଥାନା ଅଧୀନରେ ଗାଡି ଚେକିଂ ଚାଲିଥିବା ବେଳେ ଜଣେ ମଦ୍ୟପ ଡ୍ରାଇଭର ଇ.ସନ୍ତୋଷକୁ ପୋଲିସ ଧରି ନେଇଥିଲା । ଡ୍ରାଇଭର ଜଣଙ୍କ ଗିରଫ ଭୟରେ ନରସିପାଟଣାମ ଥାନାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ଉଦ୍ଧାର କରିଥିଲା ଏବଂ କ୍ଷମତା ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା ସରକାରୀ ହସ୍ପିଟାଲ କେଜିଏଚ ରେ ଭର୍ତ୍ତି କରାଯାଇଛି । ସେହି ଡ୍ରାଇଭରକୁ ବଞ୍ଚାଇବା ନିମନ୍ତେ ପୋଲିସ ପ୍ରାଣପଣ ଉଦ୍ୟମ ଚଳାଇଛି । ଡ୍ରାଇଭର ଇ.ସନ୍ତୋଷ ପାଟି ଖୋଲି ପୋଲିସର ମାତ୍ରାଧିକ କାର୍ଯ୍ୟ ଓ ମାଡ଼ ଭୟରେ ସେ ଆତ୍ମହତ୍ୟା କରିବାକୁ ଯାଉଥିଲା ବୋଲି କହିଛି । ଏଏସପି ନରସିପାଟଣାମ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଡ୍ରାଇଭର ଚିକିତ୍ସା ସମ୍ବନ୍ଧରେ ବୁଝିଛନ୍ତି । ପୋଲିସର ଏଭଳି କାର୍ଯ୍ୟକୁ ତେଲୁଗୁ ଦେଶମ ପାର୍ଟି ଘୋର ନିନ୍ଦା କରିଛି । ପୂର୍ବତନ ମନ୍ତ୍ରୀ ତେଲୁଗୁ ଦେଶମ ପାର୍ଟି ନେତା ଏ.ପତ୍ରଡୁ, ଭି.ଗଣେଶ, ବି.ରାମକ୍ରିଷ୍ନା ଆଜି କେଜିଏଚ ହସ୍ପିଟାଲ ଗସ୍ତ କରି ଆହତ ଡ୍ରାଇଭରର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।

ରିପୋର୍ଟ : ପ୍ରତାପ ପାଢ଼ୀ