

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗରର ଫାଷ୍ଟ ଗେଟ ନିକଟସ୍ଥ ୧୩୨ କେ ଭି ଲାଇନ୍ କଲୋନି ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ମଳୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସି ଆର ସି ସି ଜୟସେନ ପ୍ରଧାନ ମୁଖ୍ୟ ଅତିଥି ଏବଂ ସମାଜସେବୀ ଅନିଲ କୁମାର ଚୌଧୁରୀ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଓ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମକକ୍ଷ କରିବା ପାଇଁ ସରକାର ମଧ୍ୟାହ୍ନ ଭୋଜନ, ମାଗଣା ପୁସ୍ତକ ଠାରୁ ଆରମ୍ଭ କରି ପୋଷାକ ଏବଂ ବୁଟ ଓ ସକ୍ସ ସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ଏଣୁ ଏହାର ସୁବିଧା ନେଇ ଭଲ ପାଠ ପଢି ବଡ ମଣିଷ ହୁଅ ବୋଲି ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରିଥିଲେ ।ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ପ୍ରଧାନ ସଭାକୁ ପରିଚାଳନା କରିଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକ ଉଷା ରାଣୀ ପଟ୍ଟନାୟକ, ରାମଚନ୍ଦ୍ର ଦାଶ, ଅଜିତ କୁମାର ମହାରଣା ଓ ହେଲପର ଭାଗ୍ୟ ସାହୁ, ଜ୍ୟୋତ୍ସ୍ନା ନାୟକଙ୍କ ସହ ସି ଏମ ସି ସଭାପତି କୃଷ୍ଣଚନ୍ଦ୍ର ସେଠୀ, ସନ୍ତୋଷ କୁମାର ପାଢୀ, ନିମାଇ ଚରଣ ପଣ୍ଡା, ହରିକୃଷ୍ଣ ମହାପାତ୍ର, ବନିତା ସ୍ୱାଇଁ, ବନିତା ପ୍ରଧାନ, ମମତା ସାହୁ, ଶୁଶିଳା ଦାଶ, କାର୍ତ୍ତିକ ସାହୁ, ଝିଲି ଦାଶଙ୍କ ଓ ସାମୟିକ ଶିକ୍ଷୟତ୍ରୀ ମମତା ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ । ଛାତ୍ରୀମାନେ ପ୍ରାରମ୍ଭିକ ଗୀତ ଗାଇ ସମସ୍ତ ଅତିଥି ଓ ଅଭିଭାବକ ମନ ମୋହି ଥିଲେ । ଏଥିରେ ବିଦ୍ୟାଳୟରେ ୧ମ ରୁ ୮ମ ଯାଏଁ ଅଧ୍ୟୟନ ରତ ୧୯୪ ପିଲାଙ୍କୁ ପୋଷାକ ଓ ବୁଟ ଓ ସକ୍ସ ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା

