
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୭୮.୭୬% ରହିଛି । ଗତବର୍ଷଠାରୁ ଚଳିତ ବର୍ଷ ଅଧିକ ଛାତ୍ରୀଛାତ୍ର ପାସ୍ କରିଛନ୍ତି । ଗତବର୍ଷ ତୁଳନାରେ ପାସ୍ ହାର ବଢ଼ିବା ସହିତ ଶୂନ ରେଜଲ୍ଟ କରିଥିବା ସ୍କୁଲ ସଂଖ୍ୟା ମଧ୍ୟ କମିଛି । ଏଥର ୩୧ଟି ସ୍କୁଲରେ ଜଣେ ହେଲେ ଛାତ୍ରୀଛାତ୍ର ପାସ୍ କରି ନାହାନ୍ତି । ଗତ ବର୍ଷ ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ଥିଲା । ଚଳିତବର୍ଷ ମୋଟ ୫,୩୪,୮୪୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେହିପରି ଛାତ୍ରୀମାନଙ୍କ ପାସ୍ ହାର ଛାତ୍ରମାନଙ୍କ ଅପେକ୍ଷା ଅଧିକ ରହିଛି । ୨୧୫୩୬୭ ଛାତ୍ରୀ ପାସ୍ କରିଥିବା ବେଳେ ୧୯୨୫୦୧ ଛାତ୍ର ପାସ୍ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା