ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ । ସିଏଚଏସଇ କାର୍ଯ୍ୟାଳୟରେ ରେଜଲ୍ଟ ଘୋଷଣା କରାଯାଉଛି । ଏଥର ବାଣିଜ୍ୟରେ ପାସ୍ ହାର ରହିଛି ୭୪.୯୫ ପ୍ରତିଶତ । ୱେବସାଇଟରେ ଫଳ ଦେଖିପାରିବେ ଛାତ୍ରଛାତ୍ରୀ । ତେବେ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଚଳିତ ବର୍ଷ ରେଜଲ୍ଟ ଭଲ ରହିଥିବା ଜଣାପଡ଼ିଛି । ପୂର୍ବରୁ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ କଳାର ରେଜଲ୍ଟ କେବେ ବାହାରିବ ସେଇ ଆଶଙ୍କା ରଖାଯାଇଥିଲା ଏହାର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଖାତା ଦେଖା ସରିଛି, ଅଗଷ୍ଟ ଶେଷ ସପ୍ତାହରେ ବାହାରିପାରେ କଳା ରେଜଲ୍ଟ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଚଳିତବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୪.୯୫ ପ୍ରତିଶତ ପିଲା ପାସ୍ କରିଛନ୍ତି । ତେବେ ନୟାଗଡ ଜିଲ୍ଲା ଭଲ ରେଜଲ୍ଟ କରିଛି । ସେହିଭଳି ଦେଓଗଡ଼ ଜିଲ୍ଲାରେ ସର୍ବନିମ୍ନ ରେଜଲ୍ଟ କରିଥିବବା ଜିଲ୍ଲା ବୋଲି ଜଣାପଡ଼ିଛି ।ପରୀକ୍ଷାରେ ୯୦ ପ୍ରତିଶତରେ ୪୦ ପିଲା ରହିଛନ୍ତି । ସେହିଭଳି ପ୍ରଥମ ଶ୍ରେଣୀରେ ୬୬୧୦ଜଣ ପିଲା ପାସ୍ କରିଛନ୍ତି । ଏବଂ ଦ୍ୱିତୀୟ ଶ୍ରେଣୀରେ ୪,୨୫୯ଜଣ ପାସ୍ କରିଥିବା ବେଳେ ୮୩୬୧ ଜଣ ପିଲା ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ବୋଲି ସୂଚନା ହସ୍ତଗତ ହୋଇଛି ।
ରିପୋର୍ଟ : ଆକାଶ ମିଶ୍ର