ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅଜିତ୍ ମହାନ୍ତିଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିକଟରେ ଜଳେଶ୍ୱର ବ୍ଲକର ଦୀଗମ୍ବରୀଦେବୀ ଗୃପ୍ ଅଫ ଇନିଷ୍ଟିଚ୍ୟୁସନକୁ ଚଳିତବର୍ଷ ବ୍ଲକସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ମିଳିଥିବା ବେଳେ ପ୍ରକୃତି ବନ୍ଧୁ ପୁରସ୍କାର ଜଳେଶ୍ୱର ଟାଉନ୍ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅଜିତ୍ କୁମାର ମହାନ୍ତିଙ୍କୁ ମିଳିଛି । ଜଂଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୋଖ ଅନୁଷ୍ଠାନର ମୁଖ୍ୟ ଅଜିତ୍ କୁମାର ମହାନ୍ତିଙ୍କୁ ମାନପତ୍ର ଓ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ ଜିଲାପାଳ ରମେଶ ଚନ୍ଦ୍ର ରାଉତ ମାନପତ୍ର ଓ ୫ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ଷ୍ଟେସନ ବଜାର ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଜୟନ୍ତ କୁମାର ଦାସ, ପ୍ରାଧ୍ୟାପକ ଡ. ପ୍ରଭାସ ଚନ୍ଦ୍ର ଗିରି, ଜଳେଶ୍ୱର ରେଳ ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ, ସାମ୍ବାଦିକ ଗୌରଗୋପାଳ ସେନ୍, ସତ୍ୟବ୍ରତ ସୋମ, ଅବନୀ କୁମାର ଚାନ୍ଦ ପ୍ରମୁଖ ଅଜିତ୍ କୁମାର ମହାନ୍ତଙ୍କୁ ଉନ୍ନତ ମାନର କାର୍ଯ୍ୟକ୍ରମ, ସମାଜେସେବୀ ଲାଗି ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମହାନ୍ତି ଜଳେଶ୍ୱର ବ୍ଲକରେ ୧୦ହଜାର ଚାରା ରୋପଣ କରିବାର କାର୍ଯ୍ୟକ୍ରମ ରହିଥିବା ସଂପକରେ କହିଥିଲେ । ଶେଷରେ ସାମ୍ବାଦିକ ରବିନାରାୟଣ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୁପତି କୁମାର ପରିଡା