ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନ ଛମୌଜ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ପ୍ରଖ୍ୟାତ କଳାକାର, ପ୍ରବିଣ ଶିକ୍ଷକ ଓ ଗ୍ରାମ୍ୟ ବିଚାରକ ସ୍ୱର୍ଗତ ଯତୀନ୍ଦ୍ର ନାଥ ପରିଡାଙ୍କ ଦଶାୟ ଉପଲକ୍ଷେ ଏକ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍କ ବାନାର୍ଜୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ହରିବାସ ଦାସ, ଲକ୍ଷ୍ମୀକାନ୍ତ ନନ୍ଦୀ, ବିଭୁରେନ୍ଦ୍ର ଦେ, ଡ. ଅଜିତ୍ ମହାନ୍ତି, ଜିଲା ଓଷ୍ଟା ସଂପାଦକ ମନୋରଂଜନ ଦାସ, ପୂର୍ଣ୍ଣଚନ୍ଦ୍ର ଓଝା, ଜନ୍ମଜୟ ପ୍ରଧାନ, ମଧୁସୂଦନ ଦାସ, ଶଶାଙ୍କ ମହାନ୍ତି, ପ୍ରଦୀପ ପ୍ରଧାନ, ଜାମିନି କାନ୍ତ ମହାନ୍ତି, ରାମଚନ୍ଦ୍ର ସିଂ, ରବିନ୍ଦ୍ର ନାଥ ଜେନା, ପ୍ରଫୁଲ୍ଲ ଘୋଷ, ବିଜୟ ଯେନା, ଉମେଶ କର ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ କଳାକାଳ, ଛାତ୍ର ଓ ବୁଦ୍ଧିଜିବୀମାନେ ଉପସ୍ଥିତ ହୋଇ ୧ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ।
ରିପୋର୍ଟ : ଭୂପତି ପରିଡା