ଅସମ୍ଭବ ଭଳି ମାନେ ହେଉଛି ଏହି ବିଷୟ ଭାବିଲେ ଯେ ଆମ ସାଧାରଣ ଲୋକେ ସତ୍ୟକୁ ବୁଝିବେ କେମିତି ଆଉ କେବେ…?! ସତ୍ୟର ଅନୁସନ୍ଧାନ କରି ନିଜସ୍ୱ ଜ୍ଞାନ ଅର୍ଜନ କରି ପଥ ଅତିକ୍ରମ କରିବା ଚେତନା ବିହୀନ ସମାଜରେ ମିଥ୍ୟାକୁ ଏମିତି ରୂପରେ ରଙ୍ଗେଈ ବିତରଣ କରିଥା’ନ୍ତି ଚତୁର ଯେ ସେହି ମିଥ୍ୟକୁ ହିଁ ସତ୍ୟ ବୋଲି ଗ୍ରହଣ କରିବାରେ ଆଦୌ କୁଣ୍ଠା ବୋଧ କରୁନାହାଁନ୍ତି ନିର୍ବୋଧ ସାଧାରଣ ମଣିଷ ହେଉକି ଅଜ୍ଞାନ ଶିକ୍ଷିତ ! ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତ୍ୟେକ ମିଥ୍ୟକୁ ହିଁ ସତ୍ୟ ବୋଲି ଗ୍ରହଣ କରି ଅହରହ ଅଶାନ୍ତିରେ ବଂଚୁଥିବା ସାଧାରଣ ଲୋକଙ୍କ ଜୀବନ ଶୈଳୀ ଦେଖିଲେ ଅତ୍ୟନ୍ତ ଦୁଃଖ ଅନୁଭବ ହେଉଛି ସେମାନଙ୍କୁ ଯେଉଁମାନେ ବୁଝିଛନ୍ତି ସତ୍ୟ କ’ଣ । କିନ୍ତୁ ସମସ୍ତେ ପ୍ରାୟତଃ ମିଥ୍ୟା କୁହେଳିକା ପଛରେ ଦୌଡ଼ି ନିଜ ଜୀବନକୁ ଅସନ୍ତୁଳିତ ଅବସ୍ଥାରେ ରଖି ବଂଚୁଥିବା କଥା ପଶୁନାହିଁ କାହା ମନରେ କି ବୁଝିବାର ପ୍ରୟାସ ନାହିଁ କାହାର ଆଜି ସମୟରେ । ସାଧାରଣ ନିର୍ବୋଧ ମଣିଷ ବିଭିନ୍ନ ଗଣମାଧ୍ୟମରେ ମିଛ କଥା ଗୁଡିକ ସକାଳୁ ରାତ୍ରି ପର୍ଯ୍ୟନ୍ତ ଦେଖି, ଶୁଣି ଏକ ପ୍ରକାର ମିଥ୍ୟାଚାରୀ ମନୋଭାବ ଜାଗ୍ରତ ହୋଇ ସାରିଲାଣି ସମସ୍ତଙ୍କ ମନରେ । ତେଣୁ ମିଥ୍ୟାବାଦୀ ବିଭିନ୍ନ ଗଣମାଧ୍ୟମରେ ନାଟ, ଗୀତ, ପ୍ରଚାର, ପ୍ରସାରର ଭୟାବହତା ତଥା ମିଥ୍ୟା ଭବିଷ୍ୟ ଉଜ୍ୱଳର ରୁଚିପୂର୍ଣ୍ଣର୍ ବାର୍ତା, ମନ୍ତବ୍ୟ ବିତରଣ କରୁଛନ୍ତି ପ୍ରତ୍ୟେକ ସମୟରେ ଯାହା ସବୁ ସମାଜକୁ ଗିଳି ସାରିଲାଣି । ତେଣୁ ସମାଜରେ ସମସ୍ତ ମଣିଷ କେବଳ ମିଥ୍ୟାବାଦୀଙ୍କ ମିଥ୍ୟାଚାରିତା ପ୍ରତି ଆକୃଷ୍ଠ ହୋଇ ସତ୍ୟ ଓ ସତ୍ୟବାଦୀଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ଏବଂ ସମୟରେ ସତ୍ୟର ଆଧାରକୁ ପରିହାସ କରୁଥିବା ମଧ୍ୟ କିଛି କମ୍ ଦେଖିବାକୁ ମିଳୁନାହିଁ ଆମ ସମାଜରେ । କି’ନ୍ତୁ କିଂଚିତ ବିଚାରଶୀଳ ମନୋଭାବ ରଖିଥବା ମଣିଷ ଯଦି ଚେଷ୍ଟା କରିବେ ସତ୍ୟକୁ ଜାଣିବା ପାଇଁ ତାହେଲେ ଦୈନନ୍ଦିନ ଜୀବନରେ ଦୃଶ୍ୟ, ଶ୍ରାବ୍ୟ ସମସ୍ତ ପ୍ରଚାରିତ, ପ୍ରସାରିତ ତଥ୍ୟ ଗୁଡିକୁ ପ୍ରତ୍ୟାଖ୍ୟାନ କରି ସତ୍ୟର ଅନୁସନ୍ଧାନ କରି ନପାଇବା ପର୍ଯ୍ୟନ୍ତ ସେଗୁଡି଼କୁ ଗ୍ରହଣ ନକଲେ ଯେ ନିଶ୍ଚିତ ପାଇପାରିବେ ସତ୍ୟର ପଥ ସେଇଥିରେ କୌଣସି ସନ୍ଦେହ ନାହିଁ । ସାଧାରଣରେ ସାମାଜିକ ପ୍ରଚାରିତ, ପ୍ରସାରିତ କଥା ଗୁଡିକୁ ପ୍ରତ୍ୟାଖ୍ୟାନ କରି ଅନୁସନ୍ଧାନ ମୂଳକ ସତ୍ୟର ଭାବଗ୍ରାହୀ ଯେ କୌଣସି ସମୟରେ ନିଶ୍ଚିତ ତାହାର ସନ୍ଧାନ ପାଇପାରିବ ସେଇଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ହଁ, କିଛି କଷ୍ଟ କରିବାକୁ ପଡିବ ଏବଂ କିଛି କ୍ଷତି ସହିବାକୁ ମଧ୍ୟ ପଡିପାରେ ଆଜିର ଏହି ବ୍ୟବସାୟିକ ମନୋବୃତ ମଣିଷ ସମାଜରେ । ସତ୍ୟର ପଥ ଥରେ ପାଇଗଲା ପରେ ନିଶ୍ଚିତ ବୁଝି ପାରିବେ ଯେ ଏହି ମିଥ୍ୟାବାଦୀଙ୍କ ପ୍ରରୋଚନାରେ ପଡି ସେମାନେ ମିଥ୍ୟାଚାରୀ ଭଳି କେମିତି ପ୍ରତାରିତ ଜୀବନ ବିତାଉଥିଲେ ଆଉ ସତ୍ୟର ପଥ କେଉଁ ଦିଗରେ…! ଏହା କରିବାକୁ ହେଲେ ସତ୍ ସାହସ ସହିତ ଧାର୍ଯ୍ୟ ଏବଂ କୋଠାର ପରିସ୍ଥିତିର ମୁକାବିଲା କରିବା କ୍ଷମତା ଜାଗ୍ରତ କରିବାକୁ ହେବ ଯାହା କୌଣସି ବିଚିତ୍ର କଷ୍ଟସାଧ୍ୟ କଥା ନୁହେଁ । କେବଳ ନିଜର ମନୋବଳ ସୁଦୃଢ଼ କରି ସତ୍ୟର ଅନୁସନ୍ଧାନ କରିବାକୁ ହେବ । ଆଉ ଥରେ ସତ୍ୟର ସ୍ୱାଦ ପାଇଗଲା ପରେ ସଂସାରର ସମସ୍ତ କୁହେଳିକା, ମିଥ୍ୟା ବଚନକୁ ପ୍ରତ୍ୟାଖ୍ୟାନ କରି ମଣିଷ ନିଜ ଜୀବନର ପ୍ରକୃତ ମୂଲ୍ୟ ବୁଝି ପାରିବ ଏବଂ ଚତୁର କେଳେଙ୍କାରୀଙ୍କ ଅଗ୍ନିମୁଖ କବଳରୁ ନିସ୍ତାର ପାଇ ନିଜକୁ ତଥା ନିଜ ପରିବାରକୁ ସୁଖ, ଶାନ୍ତିରେ ବଂଚିବାକୁ ଦେଇପାରିବ । ପ୍ରବଳ ଇଛା ଶକ୍ତିର ଆବଶ୍ୟକତା ରହିଛି ସେସବୁ କରିବାକୁ ପ୍ରୟାସ ଆରମ୍ଭ କଲେ …! ଆମ୍ଭେ ଯାହା ସବୁ କହୁଛୁ ଏଗୁଡ଼ିକ ପାଠକଙ୍କୁ କେତେ ମାତ୍ରାରେ ସଦ୍ଜ୍ଞାନ ଦେଉଥିବ ଜାଣିନଥିଲେ ମଧ୍ୟ ଅନୁମାନ କରି ହେଉଛିକି ସାଧାରଣ ଲୋକେ ଏସବୁ ସହଜରେ ଗ୍ରହଣ କରି ପାରୁନଥିବେ ! କି’ନ୍ତୁ ସହନଶୀଳତାର ଚରମ ସୀମାରେ ପହଂଚି ସୃତିକଟୁ ହେଲେମଧ୍ୟ ସାଧାରଣ ନିରୀହ ନିର୍ବୋଧ ମଣିଷଙ୍କୁ ଅଜ୍ଞାନତାର ଗଭୀର ଅନ୍ଧକାରରୁ ମୁକୁଳାଇ ଏକ ଉତ୍ତମ ମାନବିକ ସମାଜ ଗଠନ ଦିଗରେ ପ୍ରୟାଶରତ ଆମର ଚେତନା ଅସମ୍ଭାଳ ହେବାରେ ଏହି ସାମାଜିକ ମାୟା ଜାଲର ଖୁଲାସା କରିବାକୁ ବାଧ୍ୟ ହୋଇ ଲିଖିତ ବିଷୟ ଗୁଡିକର କେତେ ମାତ୍ରାରେ ପ୍ରଭାବ ପଡୁଥିବ ସମାଜ ଉପରେ ବୁଝି ମଧ୍ୟ ଛନ୍ଦା ପାଦ ଆମର ଶିକୁଳି ଖୋଲି ଏହିସବୁ ପ୍ରେରଣା ଯୋଗାଇବାରେ ନିମଗ୍ନ କରୁଛି ଆମକୁ । ତେଣିକି ସମୟ କହିବ ଯେ ସାଧାରଣ ଲୋକେ ଯାହା ବୁଝିଛନ୍ତି ତାହା ସତ୍ୟ ନା ସତ୍ୟର ପଥ ଅନ୍ୟ କେଉଁ ଦିଗରେ ପରିଚାଳିତ, ମିଥ୍ୟାବାଦୀଙ୍କ ପ୍ରରୋଚନା ସମାଜକୁ ତଳିତଳାନ୍ତ କରୁଛି କେମିତି, ଯେତେ ବେଳେ ଆମ ପାଖରେ ଆଉ ସମୟ ନଥିବ ସେସବୁ ସୁଧାରିବା ପାଇଁ…! ଆଉ ଅଧିକ କ’ଣ ଅବା କୁହାଯାଇ ପାରିବ ଯେତେବେଳେ ସାଧାରଣ ମଣିଷ ନିଜକୁ ନିଜେହିଁ ନସୁଧାରି ସତ୍ୟର ଅନୁସନ୍ଧାନ କରିବାରେ ଅସମର୍ଥ ରହି ଅହରହ ଅନ୍ୟର ମିଥ୍ୟା କୁହେଳିକାରେ ବିଶ୍ୱାସ କରି ଜୀବନକୁ ବିପନ୍ନ କରି ରଖିଛନ୍ତି । ସେମାନଙ୍କ ଭବିଷ୍ୟ ପିଢ଼ି ତଥା ରାଷ୍ଟ୍ରର କୌଣସି ସକାରାତ୍ମକ ଉନ୍ନତି ପରିବର୍ତେ ମିଛିମିଛିକା ପ୍ରଗତିର ପ୍ରହେଳିକାରେ ବିମୁଗ୍ଧ ବିଭୋର ନିର୍ବୋଧଙ୍କ ଗତି ଯେଉଁଆଡକୁ ହେବା କଥା ହୋଇ ଚାଲିଛି । ଏଇଥିରୁ ନିସ୍ତାର ନାହିଁ ଯେତେବେଳ ପର୍ଯ୍ୟନ୍ତ ସାଧାରଣ ଲୋକେ ସମାଜରେ ବିତରିତ କୁହେଳିକାକୁ ପ୍ରତ୍ୟାଖ୍ୟାନ କରି ସତ୍ୟର ଅନୁସନ୍ଧାନରେ ବ୍ରତୀ ନହୋଇଛନ୍ତି ଏବଂ ନିଜକୁ ନିଜେ ସତ୍ୟ ପଥରେ ପରିଚାଳିତ କରି ନିଜ ସହିତ ଭବିଷ୍ୟ ପିଢିଙ୍କ ଭବିଷ୍ୟତ ବିଚାର କରିଛନ୍ତି । ସତ୍ୟକୁ ଜାଣିବାକୁ ହେଲେ ଉପସ୍ଥିତ ସମୟର କୁହେଳିକା ତଥା ଅନ୍ୟର ପ୍ରରୋଚନାରୁ ନିଜକୁ ଦୁରେଇ ରଖି ଅନୁସନ୍ଧିତ୍ସା ମୂଳକ ପଦକ୍ଷେପ ନେଇ ପ୍ରତ୍ୟେକ ମୁହୁର୍ତରେ ପ୍ରତ୍ୟେକ କଥାର ଆମୁଳ ଚୁଳ ବ୍ୟବଛେଦ କରି ସତ୍ୟ ଏବଂ ମିଥ୍ୟାର ଆଢୁଆଳକୁ ହଟାଇ ନିଜର ମାନସମନ୍ଥନ ପୂର୍ବକ ଗ୍ରହଣ କରିବାକୁ ହେବ । ଯିଏ ଯାହା କହିଲା, ଲେଖିଲା, ବିକିଲା ସେଗୁଡ଼ିକରେ ନିର୍ଦ୍ୱନ୍ଦ ବିଶ୍ୱାସ ରଖି ଗ୍ରହଣ କରିବାର ସମୟ ଆଉ ନାହିଁ ଆଜି ଦିନରେ । ସେ କାଳର ରାମରାଜ୍ୟର ସମୟ ଶେଷ ହୋଇ ବର୍ତ୍ତମାନ ଚାଲିଛି ମିଥ୍ୟା ଯୁଗ ! ପ୍ରତ୍ୟେକ ମୁହୁର୍ତରେ ସେହି ମହାନ ପୁରୁଷୋତ୍ତମ ରାମଙ୍କ ନାମ ନେଉଥିବା ମଣିଷ ଗୁଡିକ ହିଁ ସମାଜରେ ସବୁଠାରୁ ଅଧିକ ମିଥ୍ୟା ପ୍ରବଚନ ଦେଇ ସମାଜକୁ ଅଧୋଗତି ଆଡକୁ ଠେଲିଦେବାରେ ତିଳେ ହେଲେ ଦ୍ୱୀଧା ଅନୁଭବ କରୁନାହାନ୍ତି । ସବୁ ସମୟରେ ସବୁ ମଣିଷ କେବଳ ନିଜସ୍ୱ ସ୍ୱାର୍ଥ ଚିନ୍ତା କରି ଅନ୍ୟକୁ ମିଛ କହି ଠକିବାରେ ବ୍ୟସ୍ତ ରହୁଛନ୍ତି । ତେଣୁ ସକାଳୁ ଉଠି ରାତ୍ରିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ କେବଳ ମିଛରେ ହିଁ ଚାଲୁଛି ଆମ ସମାଜ । ଏହି ପରିପ୍ରେକ୍ଷୀରେ ଯିଏ ନିଜକୁ ମଣିଷ ଭଳି ବଂଚିବାର ପ୍ରୟାସ କରୁଛନ୍ତି ଅନ୍ତତଃ ସେମାନେ କାହାର କୁହେଳିକାକୁ ନିର୍ଦ୍ୱନ୍ଦରେ ବିଶ୍ୱାସକୁ ନନେଇ କେବଳ ସତ୍ୟକୁ ପାଇବା ପର୍ଯ୍ୟନ୍ତ ଅନୁସନ୍ଧାନ ଜାରି ରଖନ୍ତୁ ଏବଂ ସତ୍ୟକୁ ଜାଣି ମିଥ୍ୟକୁ ପ୍ରତ୍ୟାଖ୍ୟାନ କରି ସମାଜରେ ସତ୍ୟର ପରିଭାଷା ବଣ୍ଟନରେ ବ୍ରତୀ ହୁଅନ୍ତୁ ବୋଲି ଆମର ଆହ୍ୱାନ । ଅଥବା ରାଷ୍ଟ୍ର ଭିତିରେଇ କରି ଯେଉଁ ପାତାଳକୁ ପସିବାକୁ ବସିଲାଣି ତାହାର ଅନ୍ତ କେବଳ ସମସ୍ତଙ୍କୁ ନିର୍ମୁଳ ହେବା ଛଡା କୌଣସି ଭଲ ଗତି ଆଉ ଦିଶୁନାହିଁ ଆମକୁ ଯାହା ରକ୍ଷା କରିବା ପାଇଁ ସ୍ୱର୍ଗରୁ କେଉଁ ଭଗବାନ ଅବତରଣ କରିବେ ନାହିଁ । ବରଂ ସମସ୍ତେ ମିଳିମିଶି ହିଁ ତାହାର ସୁଧାର କରି ପାରିବା ବୋଲି ଆମ ବିଚାରରେ ଆପଣଙ୍କ ଦୁବିଧା ଥିଲେ ଜଣାଇବାକୁ ଅନୁରୋଧ..
ପଙ୍କଜ କୁମାର ପାଣିଗ୍ରାହୀ ।
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଂଜାମ-୭୬୧୦୨୦
ଦୂରଭାଷ.: ୯୪୩୭୩୨୪୯୧୭.