ପ୍ରଥମ ଐତିହସିକ ପୋତାଗଡ଼ ମହୋତ୍ସବ ଉଦଘାଟିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ର ପ୍ରଥମ ପୋତାଗଡ଼ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ଉଦଘାଟିତ କରିଥିଲେ ଓ ପୋତାଗଡ଼ର ସୁରକ୍ଷା ନେଇ ସମସ୍ତେ ଯତ୍ନବାନ ହେବାକୁ କହିଥିଲେ । ଏଥିରେ ସଭାପତିତ୍ୱ କରିଥିଲେ ରାଜ୍ୟଯୋଜନା ବୋର୍ଡ଼ ସଦସ୍ୟ ରାମ ଚନ୍ଦ୍ର ପଣ୍ଡା ଓ ସମ୍ମାନିତ ଅତିଥିଭାବେ ଗୋପାଳପୁର ପୋର୍ଟ ନିର୍ଦେଶକ ମନମୋହନ ମହାରଣା, ଗ୍ରାସୀମ କମ୍ପାନୀ ୟୁନିଟ ହେଡ ଶଶାଙ୍କ ଶେଖର ପାରିକ ପ୍ରମୁଖ ଯୋଗ ଦେଇଥିଲେ । ଏହାସହ ମଞ୍ଚାସିନ ଥିଲେ ମହୋତ୍ସବର ଆବାହକ ଗୌରୀ ଶଙ୍କର ବାରିକି । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସୃତି ପଣ୍ଡା । ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ସସ୍ମିତା ମିଶ୍ରଙ୍କ ସଙ୍ଗୀତରେ ଝୁମି ଥିଲେ ଦର୍ଶକ । ସ୍ଥାନୀୟ ଅଂଚଳର ନୃତ୍ୟଶିଳ୍ପୀ ସୃତି ପାଢ଼ୀଙ୍କ ନୃତ୍ୟ, ଛତ୍ରପୁରର ରଣପା ନୃତ୍ୟ ଓ କୁନି କଳାକାର ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କ ମନକୁ ଆକର୍ଷିତ କରିଥିଲା । ଏହି କାର୍ଯ୍ୟକ୍ରମକୁ ଗଂଜାମ ପ୍ରେସ କ୍ଳବ, ସୂର୍ଯ୍ୟ ପାତ୍ର, ଶିକ୍ଷାବିତ ଭିକାରୀ ବେହେରା, ଲିଙ୍ଗରାଜ ପଟନାୟକ, ପୁର୍ବତନ ଗଂଜାମ ଏନଏସି ଅଧକ୍ଷ ବୃନ୍ଦାବନ ପଲାଇ, ସାମାଜିକ କର୍ମୀ ଉମାକାନ୍ତ ବେହେରା,ପୁର୍ବତନ କାଉନସିଲର ଅବିନାଶ ବେହେରା,ସାଂସଦ ପ୍ରତିନିଧି ସୁଧୀର ପାଢ଼ୀ, ସାମ୍ୱାଦିକ ପ୍ରଦୀପ କୁମାର ପଣ୍ଡା, ବିଦ୍ୟାଧର ସାହୁ, ଶବର କୁମାର ତରାଇ, ବିନୋଦ ଚନ୍ଦ୍ର ପଲାଇ, ମନ ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା