ପ୍ରଥମ ସ୍ପର୍ଶ…

୧୯୯୯ ମସିହା ଅକ୍ଟୋବର ୨୮ ତାରିଖରେ ପ୍ରବଳ ଘୂର୍ଣ୍ଣି ବାତ୍ୟା ଆସି ଥିଲା ଓଡିଶାକୁ l ନାମ ଥିଲା ସୁପର ସାଇକ୍ଲୋନ l ବହୁ ଧନ ଜୀବନ ନଷ୍ଟ କଲା l କେତେ ଘର ଭାଙ୍ଗିଲା l ଜଳ ସ୍ରୋତରେ ପ୍ରିୟ ପରିଜନ ଭାସି ଗଲେ l ଆଖିର ଲୁହ ପେଟର ଭୋକରେ ଜନ ଜୀବନ ଅସ୍ତ ବ୍ୟସ୍ତ ହେଉ ଥିଲେ l ସେହି ସମୟର ଏ ଘଟଣା l ଶମ୍ଭୁନାଥ ଓ ତାର ପତ୍ନୀ ଯମୁନା ସେହି ଜଳ ସ୍ରୋତରେ ଭାସି ଯାଇ ଥିଲେ l ଝିଅ ସାରଦା ତା ମାମୁଁ ଘରକୁ ଯାଇ ଥିବାରୁ ସେ ବଞ୍ଚି ଯାଇଥିଲା l ମାମୁଁ ଅଶୋକ ସାରଦାକୁ ବହୁତ ଭଲ ପାଆନ୍ତି l ସାହି ପଡିଶା ସାରଦାର ଭଦ୍ରତା ପାଇଁ ପ୍ରଶଂସା କରନ୍ତି l କିନ୍ତୁ ମାଇଁ ବିମଳା ସାରଦାକୁ ମୋଟେ ପସନ୍ଦ କରନ୍ତି ନାହିଁ l ଭଲ ପାଆନ୍ତି ନାହିଁ l କାରଣ, ବିମଳଙ୍କ ଝିଅ ଅମ୍ବିକା ଦେଖିବାକୁ ଭଲ (କଳା) ନୁହେଁ l ଆଉ ସାରଦା ଖୁବ ସୁନ୍ଦରୀ l ଗୋଟିଏ ଚାଉଳର ଗଢ଼ା l ଲଷ୍ମୀ ପ୍ରତିମା l ପିତା ମାତାଙ୍କର ବିୟୋଗ ବେଳକୁ ସାରଦା ସପ୍ତମ ଶ୍ରେଣୀରେ ପଢୁ ଥିଲା l ଅମ୍ବିକା ବି ସପ୍ତମ ଶ୍ରେଣୀରେ ପଢୁ ଥିଲା l ମାମୁଁ ଅଶୋକ ଦୁଇ ଭଉଣୀକୁ ଏକ ସ୍କୁଲକୁ ପଠାଇଲେ l ଅଶୋକ ବିଜନେସ କରନ୍ତି l ଯେଉଁ ଦିନ ଅଶୋକ ଘରେ ରହନ୍ତି ସେ ଦିନ ସାରଦା ସ୍କୁଲକୁ ଯାଏ l ନ ହେଲେ ମାଇଁ ବିମଳା ବାହାନା କରି ସାରଦାକୁ ଘର କାମରେ ଲଗାଇ ଦିଅନ୍ତି l ଅମ୍ବିକା ସ୍କୁଲକୁ ଯାଏ l ଏଥିପାଇଁ ପତି ପତ୍ନୀଙ୍କ ମଧ୍ୟରେ ବହୁ ଥର ଝଗଡା ହୋଇଛି l ପ୍ରଥମେ ପ୍ରଥମେ ଅମ୍ବିକା ସାରଦାକୁ ଭଲ ପାଉଥିଲା l କିନ୍ତୁ ନିଜ ମା’ ବିମଳା ସାରଦା ବିରୁଧ୍ୟରେ ସବୁ ବେଳେ କହି କହି ସେ ବି ଆଉ ସାରଦାକୁ ଭଲ ପାଉ ନାହିଁ l ଛୋଟ ଛୋଟ କଥାରେ ତା ଉପରେ ଚିଡି ଚିଡି ହୁଏ l ଏମିତି ବି ଗୋଟିଏ ଦିନ ଯାଇ ନାହିଁ ଯେ ସାରଦା ମାଡ଼ ଗାଳି ତା ମାଇଁଙ୍କ ଠାରୁ ଖାଇ ନାହିଁ l ଦଶମ ପାସ ପରେ ସାରଦା ଘରେ ରହି କାମ ଦାମରେ ମାଇଁଙ୍କୁ ସାହାଯ୍ୟ କଲା l ଅମ୍ବିକା କଲେଜରେ ନାମ ଲେଖାଇଲା l ବିମଳାଙ୍କ ବାପଘର ସେହି ଗ୍ରାମରେ l ବିମଳାଙ୍କର ଭାଇ ପ୍ରଭାକର ଭଉଣୀ ଘରକୁ ପ୍ରାୟ ସମୟରେ ବୁଲି ଆସନ୍ତି l ଆସ୍ତେ ଆସ୍ତେ ପ୍ରଭାକର ଓ ସାରଦାଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଲା l ସାରଦା ଶାନ୍ତ, ସରଳ, ନମ୍ର l ଆଜ୍ଞା କାରୀ l ସର୍ବ ଗୁଣ ସଂପୂର୍ଣ୍ଣା ଝିଅଟିଏ l ପ୍ରଭାକରକୁ ସାରଦାର ସବୁ ଗୁଣ ଭଲ ଲାଗେ l ବନ୍ଧୁତ୍ୱ କେବେ ପ୍ରେମରେ ପରିଣତ ହୋଇଗଲା, ଜଣା ପଡିଲା ନାହିଁ l ସାରଦା ଦିନେ ପ୍ରଭାକରକୁ ନ ଦେଖିଲେ ତାକୁ କିଛି ଭଲ ଲାଗେ ନାହିଁ l ମନ ଖୋଜି ବୁଲେ ପ୍ରଭାକରକୁ l ଆଖି ପଥ ଚାହିଁ ରହେ l ପ୍ରଭାକରର ବି ସେଇ ଅବସ୍ଥା l କାଳି ପୂଜା ପାଇଁ ମାମୁଁ, ମାଇଁ ଓ ଅମ୍ବିକା ନୂଆ ଲୁଗା କିଣିବାକୁ ସନ୍ଧ୍ୟା ସମୟରେ ବଜାରକୁ ଯାଇ ଥିଲେ l ସାରଦା ଏକୁଟିଆ ଘରେ ରହି ଥିଲା l ପ୍ରଭାକର ଆସିଲା l ସାରଦା ତାକୁ ଚା, ଜଳଖିଆ ଦେଲା l ନିଜେ ଚା ପିଇଲା l ଦୁଇ ଜଣ କଥା ବାର୍ତ୍ତା ହେଲେ l ତାହା ଥିଲା ଏକ ଦୁର୍ବଳ ମୂହୁର୍ତ୍ତ l ପରସ୍ପରକୁ ଆଲିଙ୍ଗନ କଲେ l କେତେ ମିଠା ସ୍ୱପ୍ନ ଦେଖିବାକୁ ଲାଗିଲା ସାରଦା l କିଛି ସମୟ ବସିବା ପରେ ଭଉଣୀ ଭିଣୋଇ ଆସିବା ପୂର୍ବରୁ ପ୍ରଭାକର ନିଜ ଘରକୁ ଚାଲି ଯାଇଥିଲା l ଏକ ସପ୍ତାହ ପରେ ପ୍ରଭାକର ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ୱର ଗଲା ପଢିବାକୁ l ସାରଦାକୁ ମାଇଁର ମାଡ଼ ଗାଳିରୁ ରକ୍ଷା କରିବା ପାଇଁ ମାମୁଁ ଶମ୍ଭୁନାଥ ବିବାହ କରି ଦେଇଥିଲେ l ସାରଦା ବଡ଼ ଘରର ବହୂ ହେଲା l ସୁଖ ଶାନ୍ତିରେ ରହିଲା l ସେ ଦୁଇଟି ସନ୍ତାନର ଜନନୀ ହୋଇ ସାରିଛି l କିନ୍ତୁ ସେ ଦିନର ପ୍ରଥମ ଛୁଆଁ ସାରଦା ଆଜି ବି ଭୁଲି ପାରି ନାହିଁ l ସୁଖ ଶାନ୍ତି ପ୍ରଚୁର୍ଯ୍ୟ ମଧ୍ୟରେ ଥିଲେ ମଧ୍ୟ ସାରଦା ବେଳେ ବେଳେ ଅତୀତକୁ ଫେରି ଯାଏ l ମନେ ପକାଏ ପ୍ରଭାକରର ପ୍ରଥମ ସ୍ପର୍ଶକୁ l ବେଳେ ବେଳେ ଭାବେ ମାମୁଁଙ୍କୁ ସାହସ କରି କହି ଦେଇ ଥିଲେ, ହୁଏତ ଆଜି ମୋର କାହାଣୀ ଅନ୍ୟ କିଛି ହୋଇଥାନ୍ତା l ସାରଦାକୁ ପ୍ରଭାକାରର ହାତ ମିଳିଲାନି l ଅଛି ଖାଲି ମୁଠା ମୁଠା ମଧୁର ସ୍ମୃତି l ପ୍ରଥମ ସ୍ପର୍ଶର ପ୍ରଥମ ଅନୁଭତି l ପ୍ରଥମ ପ୍ରେମର ଅକୁହା କଥା l

ବାସନ୍ତୀ ଲତା ଜେନା,
ଗାନ୍ଧିନଗର, ନବରଙ୍ଗପୁର