ପ୍ରଦେଶ କଂଗ୍ରେସ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଜିଲ୍ଲା ଓ ବିଭିନ୍ନ ସାଂଗଠନିକ ଦାୟିତ୍ୱ ବଣ୍ଟନ…


ଭୁବନେଶ୍ୱର:ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ ତଥା କ୍ରୀୟାଶୀଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କର୍ମକର୍ତାମାନଙ୍କ ମଧ୍ୟରେ ଜିଲ୍ଲା ଓ ବିଭିନ୍ନ ସାଂଗଠନିକ ଦାୟିତ୍ୱ ବଣ୍ଟନ କରିଛନ୍ତି । ପ୍ରଦେଶ କଂଗ୍ରେସ ଉପସଭାପତି ଅନନ୍ତ ପ୍ରସାଦ ସେଠୀଙ୍କୁ ଶୃଙ୍ଖଳାଗତ କମିଟିର ଆବାହାକ, ଅଖିଳ ଭାରତ କଂଗ୍ରେସ କମିଟି କାର୍ଯ୍ୟକ୍ରମ, ଆକାଉଣ୍ଟସ୍, ପ୍ରଦେଶ ନିର୍ବାଚନ ପ୍ରସ୍ତୁତି ଓ ପ୍ରଚାର କମିଟିର ସଦସ୍ୟ ଭାବେ ଦାଇତ୍ୱ ଦିଆଯାଇଥିବା ବେଳେ ଉପସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ସହିତ ସ୍ୱାଧିନତା ସଂଗ୍ରାମୀ ବିଭାଗ, କଳା ଓ ସଂସ୍କୃତି ବିଭାଗ ଏବଂ ସେବାଦଳ ସଂଗଠନ ଦାଇତ୍ୱ ଦିଆଯାଇଛି । ବିଜୟଲକ୍ଷ୍ମୀ ସାହୁଙ୍କୁ ପୁରୀ ଜିଲ୍ଲା ସହିତ ପଂଚାୟତିରାଜ ଦାୟିତ୍ୱ ଦିଆଯାଇଥିବା ବେଳେ ସଦନ ନାୟକଙ୍କୁ ରାୟଗଡା ଜିଲ୍ଲା ସହିତ ଅବସରପ୍ରାପ୍ତ ସାମରିକ ବିଭାଗ ଓ ପେନ୍ସନ୍, ସନ୍ତୋଷ ସିଂ ସାଲୁଜାଙ୍କୁ ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲା, ରାଧାକାନ୍ତ ଦିଗଲଙ୍କୁ ସୁବର୍ଣ୍ଣପୁର ଜିଲ୍ଲା, ଗଣେଶ୍ୱର ବେହେରାଙ୍କୁ ଜଗତସିଂହପୁର ଜିଲ୍ଲା, ଦେବାଶିଷ ପଟ୍ଟନାୟକଙ୍କୁ ବାଲେଶ୍ୱର ଜିଲ୍ଲା, ଅମରନାଥ ପ୍ରଧାନଙ୍କୁ ପିସିସି ସଭାପତିଙ୍କ ସହ ସଂଯୁକ୍ତ କରାଯାଇଛି । ସେହିପରି ଅଧ୍ୟାପକ କୈଳାସ ଆଚାର୍ଯ୍ୟଙ୍କୁ କଳା ଓ ସଂସ୍କୃତି, ଶିକ୍ଷକ କଂଗ୍ରେସ, ବୁଦ୍ଧିଜୀବୀ ବିଭାଗ ଦାୟିତ୍ୱ, ଶିବାନନ୍ଦ ରାୟଙ୍କୁ ଯାଜପୁର ଜିଲ୍ଲା ସହ ନିର୍ବାଚନ କମିଶନ ଓ ଆଇନ୍ ପ୍ରକୋଷ୍ଠ ଦାୟିତ୍ୱ, ଶୁଭେନ୍ଦୁ ମହାନ୍ତିଙ୍କୁ ଗଞ୍ଜାମ, ନକୁଳ ନାୟକଙ୍କୁ କୋରାପୁଟ, ସସ୍ମିତା ବେହେରାଙ୍କୁ ବୌଦ୍ଧ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲଙ୍କୁ ବଲାଙ୍ଗୀର ଜିଲ୍ଲା ସହ ଅର୍ଥ ଦାୟିତ୍ୱ, ମିଡିଆ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକଙ୍କୁ ମିଡିଆ ଓ କମ୍ୟୁନିକେସନ ବିଭାଗ ଦାୟିତ୍ୱ ଦିଆଯାଇଛି ।ସେହିଭଳି ସାଧାରଣ ସଂପାଦକ ସର୍ବଶ୍ରୀ ସଂଜୀବ ଗିରିଙ୍କୁ ପିସିସି ସଭାପତିଙ୍କ ସହିତ ସଂଯୁକ୍ତ କରାଯାଇଥିବା ବେଳେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସଭାପତିଙ୍କ ସହ ସଂଯୁକ୍ତ, ପ୍ରୋଟୋକଲ୍ ଓ ନିର୍ବାଚନ ପ୍ରସ୍ତୁତି ଦାୟିତ୍ୱ, ବିଶ୍ୱଜିତ୍ ଦାସଙ୍କୁ ସଂଗଠନ ଦାୟିତ୍ୱ, ବିଷ୍ଣୁ ଚରଣ ବାରିକଙ୍କୁ ପଛୁଆବର୍ଗ ବିଭାଗ ଦାୟିତ୍ୱ, ବିଶ୍ୱ ଭୂଷଣ ଦାସଙ୍କୁ ଯୁବ ଓ ଛାତ୍ର କଂଗ୍ରେସ ଦାୟିତ୍ୱ, ଆଲୋକ ମିଶ୍ରଙ୍କୁ ଦେବଗଡ଼ ଜିଲ୍ଲା, ରାଜକିଶୋର ଷଡଙ୍ଗୀଙ୍କୁ ଝାରସୁଗୁଡା ଓ ରାଉରକେଲା ଜିଲ୍ଲା, ରାଜକିଶୋର ଦାସଙ୍କୁ ବରଗଡ ଜିଲ୍ଲା, ହିମାଂଶୁ ଶେଖର ଦାସଙ୍କୁ କନ୍ଧମାଳ ଜିଲ୍ଲା, ଉମାବଲ୍ଲଭ ରଥଙ୍କୁ ନୟାଗଡ ଜିଲ୍ଲା, ଗିରିବାଳା ବେହେରାଙ୍କୁ ସ୍ୱାଧିନତା ସଂଗ୍ରାମୀ ପ୍ରକୋଷ୍ଠ ଦାୟିତ୍ୱ, ବିନୋଦ ପାତ୍ରଙ୍କୁ ଅନୁସୂଚିତ ଜାତି ବିଭାଗ ଦାୟିତ୍ୱ, ସରୋଜ ପାତ୍ରଙ୍କୁ ନୂଆପଡା ଜିଲ୍ଲା, ଅଜିତ୍ ଦାସଙ୍କୁ କଳାହାଣ୍ଡି ଜିଲ୍ଲା, ଆକବର ଅଲ୍ଲୀଙ୍କୁ ଭଦ୍ରକ ଜିଲ୍ଲା, ହିମାଂଶୁ ଶେଖର ଲିମାଙ୍କୁ ମାଲକାନାଗିରି ଜିଲ୍ଲା ସହ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ଦାୟିତ୍ୱ, କୁନି ମଲ୍ଲିକଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠୀ ଦାୟିତ୍ୱ, ଲକ୍ଷ୍ମଣ କୁମାର ମେହେରଙ୍କୁ ଅନୁଗୁଳ ଜିଲ୍ଲା ସହ ବୁଦ୍ଧିଜୀବୀମାନଙ୍କୁ ଯୋଗାଯୋଗ ଦାୟିତ୍ୱ, ଦାସରଥି ଗମାଙ୍ଗଙ୍କୁ ଅନୁସୂଚିତ ଜନଜାତି ବିଭାଗ, ଅଧିରାଜ ପାଣିଗ୍ରାହୀଙ୍କୁ ନବରଙ୍ଗପୁର ଜିଲ୍ଲା, ଆପଲା ସ୍ୱାମୀ କାଡ୍ରାକାଙ୍କୁ ଗଜପତି ଜିଲ୍ଲା, ବିଦ୍ୟାଧର ଦେହୁରୀ ଓ କୁମୁଦିନୀ କ୍ରିସାନୀଙ୍କୁ ଅନୂସୂଚିତ ଜନଜାତି ବିଭାଗ, ସଂଗ୍ରାମ କେଶରୀ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ପ୍ରୋଟୋକଲ ଦାୟିତ୍ୱ, ବିସ୍ମୟ ମହାପାତ୍ରଙ୍କୁ “ମୋ ବୁଥ୍ ମୋ ଗୌରବ”, “ପ୍ରୋଜେକ୍ଟ ଶକ୍ତି” ଓ ଡାଟା ଆନାଲିସିସ୍ ଦାୟିତ୍ୱ ଦିଆଯାଇଥିବା ବେଳେ ପରବର୍ତ୍ତୀ ଆଦେଶନାମା ପର୍ଯ୍ୟନ୍ତ ପିସିସି ପ୍ରଭାରୀ ବିଜନ ସାହୁଙ୍କୁ କେନ୍ଦୁଝର ଜିଲ୍ଲା, ଶିଶିର କୁମାର ନାୟକଙ୍କୁ କଟକ ଜିଲ୍ଲା, ନିକୁଞ୍ଜ ପଶାୟତଙ୍କୁ ଖୋର୍ଦ୍ଧା ଜିଲ୍ଲା ଓ ଦ୍ୱିବ୍ୟେନ୍ଦୁ ପାଣିଗ୍ରାହୀଙ୍କୁ ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଏତଦ୍ବ୍ୟତୀତ ପ୍ରଦେଶ କଂଗ୍ରେସ ଉପସଭାପତି ଓ ସାଧାରଣ ସଂପାଦକଙ୍କ ସହିତ ସଂପାଦକମାନଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲା ଓ ସଂଗଠନ ଦାୟିତ୍ୱ ଦିଆଯାଇଛି ବୋଲି ସଂଗଠନ ଦାୟିତ୍ୱରେ ଥିବା ସାଧାରଣ ସଂପାଦକ ବିଶ୍ୱଜିତ୍ ଦାସ ଜଣାଇଛନ୍ତି ।